ମାଇପ Māipa

  • ଗ୍ରା. ବି (ସଂ. ମାତୃ; ମାତୃକା; ପ୍ର. ମାଇଆ) — ସ୍ତ୍ରୀ; ଭାର୍ଯ୍ଯା — Wife
  • ଗ୍ରା. ବି (ସଂ. ମାତୃ; ମାତୃକା; ପ୍ର. ମାଇଆ) — [ତାଙ୍କମାନଙ୍କର ତ ମାଇପକୁ ଆମ୍ଭେ, ଯେତେ କ୍ଳେଶ ଦେଲୁଁ ତା ଜାଣିଅଛ ତୁମ୍ଭେ। କୃଷ୍ଣସିଂହ ମହାଭାରତ ସଭା।
  • ଗ୍ରା. ବି (ସଂ. ମାତୃ; ମାତୃକା; ପ୍ର. ମାଇଆ) — [ଦ୍ର—ମାଇପ ଆଗରେ ପାଇକପଣ କାଢିବା ନ୍ଯାୟ— ଭୀରୁ ବ୍ଯକ୍ତି ଆପଣା ସ୍ତ୍ରୀ ଆଗରେ ମୁହଁରେ ବୀରତ୍ୱ ପ୍ରକାଶ କରିବା କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଭୀରୁତା ଦେଖାଇବା ଘଟନାରେ ଏ ଢଗ ବୋଲାଯଏ।
  • ଗ୍ରା. ବି (ସଂ. ମାତୃ; ମାତୃକା; ପ୍ର. ମାଇଆ) — ଏହି ଶବ୍ଦ ଅନ୍ଯ ଶବ୍ଦମାନଙ୍କ ପରେ ମଧ୍ୟ ଲାଗେ; ଯଥା— ଅମନୀ ମାଇପ, କନ୍ଯା ମାଇପ, ଟୋକୀ ମାଇପ, ଥୋଈ ବା ଥୋଇଲୀ ମାଇପ, ଦୁତିଅ ମାଇପ, ପୋଇଲୀ ମାଇପ, ବାଞ୍ଝ ମାଇପ, ବୁଢ଼ୀମାଇପ, ମନର ମାଇପ, ରଖେଈ ମାଇପ ଇତ୍ୟାଦି।
  • ଗ୍ରା. ବି (ସଂ. ମାତୃ; ମାତୃକା; ପ୍ର. ମାଇଆ) — ମାଇପ ଶବ୍ଦ ପୂର୍ବରେ ଉକ୍ତ କେତେ ବିଶେଷଣ ପ୍ରୟୋଗ ନିମ୍ନଲିଖିତ ଢଗରେ ଦେଖାଯାଏ। ଯଥା—'ଅମନୀ ମାଇପ ମନ କରିଛି, ମନର ମାଇପ ଶେଜ ପାରିଛି, ଥୋଈ ମାଇପର ପାଳି, କନିଆଁ ମାଇପ ବନ୍ଦାପନା ଦିନ, ଗେରସ୍ତ ବସିଛି ଭାଳି'। ମାଇପ ଶବ୍ଦ ଭାର୍ଯ୍ଯା ଅର୍ଥରେ ଓ ମାଇପୀ ବା ମାଇପେ ଶବ୍ଦ ସାଧାରଣ ସ୍ତ୍ରୀ ବା ସ୍ତ୍ରୀ ଜାତି ଅର୍ଥରେ ବ୍ଯବହୃତ ହୁଏ।]