ମାଂସ Māṁsa
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — ଶରୀରସ୍ଥ କୋମଳାଂଶବିଶେଷ; ପିଶିତ — Flesh
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — [ଦ୍ର— ମାଂସ ଶରୀରସ୍ଥ ସପ୍ତ ଧାତୁ ମଧ୍ୟରେ ଏକ; ଏହା ଚିକ୍କଣ ବା ସ୍ନିଗ୍ଧ, କୋମଳ, ସ୍ଥିତିସ୍ଥାପକ ଓ ରକ୍ତ ବର୍ଣ୍ଣ ଅଟେ। ଏହା ଶରୀରର ରକ୍ତ, ହାଡ଼, ଚମଡ଼ା, ନାଡ଼ୀ, ଶିରା ଓ ଚରବୀଠାରୁ ପୃଥକ୍ ବସ୍ତୁ ଅଟେ। ମାସଂର ପିଣ୍ଡମାନ ପରସ୍ପର ସହିତ ସୂତ୍ରମାନଙ୍କଦ୍ୱାରା ବଦ୍ଧ ଥାଏ। ଏ ସୂତ୍ରମାନଙ୍କୁ ମାଂସପେଶୀ ବୋଲାଯାଏ। ଶରୀରର ସବୁ ଅଂଶରେ ଅଳ୍ପ ବେଶୀ ମାଂସ ଥାଏ। ମାଂସ କୋମଳ ହେବାରୁ ତାକୁ ସହଜରେ ଛୁରିରେ କଟାଯାଇ ପାରେ। ମାଂସପେଶୀକୁ ଇଚ୍ଛାନୁସାରେ ସଂକୁଚିତ ପ୍ରସାରିତ କରାଯାଇ ପାରେ। ସୁଶ୍ରୁତ ମତରେ ଶରୀରସ୍ଥ ମାଂସପେଶୀର ସଂଖ୍ୟା 500; କିନ୍ତୁ ଆଧୁନିକ ବିଜ୍ଞାନ ମତରେ ଏଥିର ସଂଖ୍ୟା 519 ଅଟେ। ବୈଦ୍ଯକ ମତରେ ଏହା ରକ୍ତରୁ ଉତ୍ପନ୍ନ ଗୋଟିଏ ଧାତୁ ଅଟେ। ଭାବପ୍ରକାଶ ମତରେ ରକ୍ତ ଶରୀରର ତାପ ବା ଅଗ୍ନିଦ୍ୱାରା ପରିପାକ ହେଲେ ତାହା ବାୟୁର ସଂଯୋଗରେ ଘନୀଭୂତ ହୋଇ ମାଂସ ହୁଏ। ମାଂସର ଅନ୍ଯ ସଂସ୍କୃତ ନାମ ଆମିଷ, ପିଶିତ, ପାଲଳ, କ୍ରବ୍ୟ, ପଳ, ଅମ୍ରଜ —ହି.ଶ।] — [ଦ୍ର— ମାଂସ ଶରୀରସ୍ଥ ସପ୍ତ ଧାତୁ ମଧ୍ୟରେ ଏକ; ଏହା ଚିକ୍କଣ ବା ସ୍ନିଗ୍ଧ, କୋମଳ, ସ୍ଥିତିସ୍ଥାପକ ଓ ରକ୍ତ ବର୍ଣ୍ଣ ଅଟେ ଏହା ଶରୀରର ରକ୍ତ, ହାଡ଼, ଚମଡ଼ା, ନାଡ଼ୀ, ଶିରା ଓ ଚରବୀଠାରୁ ପୃଥକ୍ ବସ୍ତୁ ଅଟେ ମାସଂର ପିଣ୍ଡମାନ ପରସ୍ପର ସହିତ ସୂତ୍ରମାନଙ୍କଦ୍ୱାରା ବଦ୍ଧ ଥାଏ ଏ ସୂତ୍ରମାନଙ୍କୁ ମାଂସପେଶୀ ବୋଲାଯାଏ ଶରୀରର ସବୁ ଅଂଶରେ ଅଳ୍ପ ବେଶୀ ମାଂସ ଥାଏ ମାଂସ କୋମଳ ହେବାରୁ ତାକୁ ସହଜରେ ଛୁରିରେ କଟାଯାଇ ପାରେ ମାଂସପେଶୀକୁ ଇଚ୍ଛାନୁସାରେ ସଂକୁଚିତ ପ୍ରସାରିତ କରାଯାଇ ପାରେ ସୁଶ୍ରୁତ ମତରେ ଶରୀରସ୍ଥ ମାଂସପେଶୀର ସଂଖ୍ୟା500;କିନ୍ତୁ ଆଧୁନିକ ବିଜ୍ଞାନ ମତରେ ଏଥିର ସଂଖ୍ୟା519ଅଟେ ବୈଦ୍ଯକ ମତରେ ଏହା ରକ୍ତରୁ ଉତ୍ପନ୍ନ ଗୋଟିଏ ଧାତୁ ଅଟେ ଭାବପ୍ରକାଶ ମତରେ ରକ୍ତ ଶରୀରର ତାପ ବା ଅଗ୍ନିଦ୍ୱାରା ପରିପାକ ହେଲେ ତାହା ବାୟୁର ସଂଯୋଗରେ ଘନୀଭୂତ ହୋଇ ମାଂସ ହୁଏ ମାଂସର ଅନ୍ଯ ସଂସ୍କୃତ ନାମ ଆମିଷ, ପିଶିତ, ପାଲଳ, କ୍ରବ୍ୟ, ପଳ, ଅମ୍ରଜ —ହି.ଶ]
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — ଖାଦ୍ୟାର୍ଥେ ବ୍ଯବହୃତ ମୃତ ବା ହତ ଜୀବର ମାଂସ — Meat (used as food)
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — [ଦ୍ର— ବୈଦ୍ଯକ ମତରେ ସବୁପ୍ରକାରର ମାଂସ ବାୟୁନାଶକ, ଉପଚୟକାର, ବୃଂହଣ, ବଳବର୍ଦ୍ଧକ, ପୁଷ୍ଟିକାରକ, ଗୁରୁ, ହୃଦୟଗ୍ରାହୀ ଓ ମଧୁର ରସ ଅଟେ। ବୈଦ୍ୟଶାସ୍ତ୍ର ମତରେ ଖାଦ୍ୟ ମାଂସକୁ ଜାଙ୍ଗଳ ଓ ଅନୂପ ଭେଦରେ 2 ଶ୍ରେଣୀରେ ବିଭକ୍ତ କରାଯାଇଅଛି। ଜାଙ୍ଗଳ ମାଂସ 8 ପ୍ରକାର; ଯଥା— ଜଂଘାଳ, ବିଳସ୍ଥ, ଗୁହାଶୟ, ପୂର୍ଣ୍ଣମୃଗ, ବିଷ୍କିର, ପ୍ରତୂଦ ପ୍ରସହ ଓ ଗ୍ରାମ୍ୟ । ଅନୁପମାଂସ— କୁଳେଚର, ପ୍ଲବ କୋଶସ୍ଥ, ପାଦୀ ଓ ମତ୍ସ୍ୟ ଏହି 5 ପ୍ରକାର। ପକ୍ଷୀମାନଙ୍କର ପୁରୁଷଜୀବର ମାଂସ ଓ ପଶୁମାନଙ୍କର ସ୍ତ୍ରୀଜୀବର ମାଂସ ସୁଖାଦ୍ୟ—ହି. ଶ।] — [ଦ୍ର— ବୈଦ୍ଯକ ମତରେ ସବୁପ୍ରକାରର ମାଂସ ବାୟୁନାଶକ, ଉପଚୟକାର, ବୃଂହଣ, ବଳବର୍ଦ୍ଧକ, ପୁଷ୍ଟିକାରକ, ଗୁରୁ, ହୃଦୟଗ୍ରାହୀ ଓ ମଧୁର ରସ ଅଟେ ବୈଦ୍ୟଶାସ୍ତ୍ର ମତରେ ଖାଦ୍ୟ ମାଂସକୁ ଜାଙ୍ଗଳ ଓ ଅନୂପ ଭେଦରେ2ଶ୍ରେଣୀରେ ବିଭକ୍ତ କରାଯାଇଅଛି ଜାଙ୍ଗଳ ମାଂସ8ପ୍ରକାର; ଯଥା— ଜଂଘାଳ, ବିଳସ୍ଥ, ଗୁହାଶୟ, ପୂର୍ଣ୍ଣମୃଗ, ବିଷ୍କିର, ପ୍ରତୂଦ ପ୍ରସହ ଓ ଗ୍ରାମ୍ୟ ଅନୁପମାଂସ— କୁଳେଚର, ପ୍ଲବ କୋଶସ୍ଥ, ପାଦୀ ଓ ମତ୍ସ୍ୟ ଏହି5ପ୍ରକାର ପକ୍ଷୀମାନଙ୍କର ପୁରୁଷଜୀବର ମାଂସ ଓ ପଶୁମାନଙ୍କର ସ୍ତ୍ରୀଜୀବର ମାଂସ ସୁଖାଦ୍ୟ—ହି. ଶ]
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — କାଳ — Time (Apte)
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — କୀଟ — Insect; worm (Apte)
- ସଂ. ବି (ମନ୍ ଧାତୁ=ବୋଧ କରିବା+କର୍ମ. ସ) — ଫଳର କୋମଳାଂଶ — The fleshy part of a fruit (Apte)