ମହେନ୍ଦ୍ର Mahendra
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — ଦେବରାଜ; ଇନ୍ଦ୍ର — Indra; the king of Gods
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — ବିଷ୍ଣୁ — Bishṇu
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — ଓଡ଼ିଶାର ଦକ୍ଷିଣରେ ଗଞ୍ଜାମ ଜିଲ୍ଲାରେ ଥିବା ପର୍ବତଶ୍ରେଣୀ — Name of a range of mountains in Ganjāam (South of Orissa)
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — [ଦ୍ର—ଗୋଦାବରୀ ନିକଟସ୍ଥ ପୂର୍ବଘାଟ ପର୍ବତମାଳାକୁ ଏବଂ ଗଞ୍ଜାମ ନିକଟସ୍ଥ ପାହାଡ଼କୁ ବର୍ତ୍ତମାନ ମହେନ୍ଦ୍ର ବୋଲାଯାଏ। ଜଗବନ୍ଧୁ ପ୍ରାଚୀନ ଉତ୍କଳ। ଏ ପର୍ବତଶ୍ରେଣୀ ଗଞ୍ଜାମର ଉତ୍ତର ସରକାରଠାରୁ ଗଣ୍ଡବାନା ପର୍ଯ୍ୟନ୍ତ ବିସ୍ତୃତ ଓ ଐତିହାସିକ ଉତ୍କଳରେ ଏ ସର୍ବୋଚ୍ଚ ପର୍ବତ। ଏହାର ଉଚ୍ଚତା ସମୁଦ୍ରପୃଷ୍ଠରୁ ପ୍ରାୟ ଏକ ମାଇଲ।
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — କଥିତ ଅଛି ଏହିଠାରେ ପରଶୁରାମ ତପସ୍ୟା କରିଥିଲେ ଏବଂ ପାଣ୍ଡବମାନେ ବନବାସ ସମୟରେ ରହିଥିଲେ। ଏହି ପର୍ବତରେ ଅନେକ ଚାତକ ପକ୍ଷୀ ଦେଖା ଯାଆନ୍ତି। ଏହା ମଞ୍ଜୁଷା ନାମକ ଜମିଦାରୀ ରାଜ୍ୟର ଅନ୍ତର୍ଗତ; ଏହା ପୌରାଣିକ ସପ୍ତକୁଳାଚଳରୁ ଏକତମ।]
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — ଅଶୋକଙ୍କର ପୁଅମାନଙ୍କ ମଧ୍ୟରୁ ଜଣେ — Name of a son of Aṡoka
- ଦେ. ବି (ମହାନ+ଇନ୍ଦ୍ର; କର୍ମଧାରୟ) — [ଦ୍ର—ଏ ବୌଦ୍ଧ ଧର୍ମ ପ୍ରଚାର କରିବା ନିମନ୍ତେ ତାଙ୍କ ଭଗିନୀ ସଂଘମିତ୍ରାଙ୍କ ସହିତ ସିଂହଳକୁ ଯାଇଥିଲେ।]
- ଦେ. ବି ପୁଂ. ଲୋକଙ୍କୁ ଦିଆଯିବା ନାମ — A name given to males