ମହୁ ମାଛି Mahu māchhi
- ଦେ. ବି—(ସଂ. ମଧୁମକ୍ଷିକା) — ମଧୁ ସଂଗ୍ରହ କରି ସଞ୍ଚୟ କରିବା ପକ୍ଷଯୁକ୍ତ କୀଟବିଶେଷ — The bee; apis; the honey bee
- ଦେ. ବି—(ସଂ. ମଧୁମକ୍ଷିକା) — [ଦ୍ର—ସାଧାରଣ ଛଅ — [synonym(s):মোমাছিमधुमकखी वडी मधुमक्खी पीली मधुमक्खी]ଜାତିର ମହୁ ଓ ମହୁମାଛି ଦେଖାଯାଆନ୍ତି ଯଥା
- ଦେ. ବି—(ସଂ. ମଧୁମକ୍ଷିକା) — ବାଘରା — (Apis Dorsata)(ସଂ. ଛତ୍ରାକ ମଧୁ ବା ଅର୍ଘ୍ୟମଧୁ)
- ଦେ. ବି—(ସଂ. ମଧୁମକ୍ଷିକା) — ଏମାନେ ଦେଖିବାକୁ ଭଅଁରପତି, ପ୍ରାୟ ଏକଜବ ଲମ୍ବ। ଏମାନଙ୍କର ନାହୁଡ଼ି ଅଛି। ଏମାନଙ୍କର ଫେଣାକୁ ଭାଙ୍ଗିଲେ ଏମାନେ ମନୁଷ୍ୟକୁ ବେଢ଼ିଯାଇ ଅତ୍ୟନ୍ତ କଲବଲ କରି ନାହୁଡ଼ରେ ମାରନ୍ତି ଓ ଏମାନଙ୍କ ନାହୁଡ଼ ଆଘାତରେ ମନୁଷ୍ୟର ଦେହ ଗଡ଼ପରି ଫୁଲିଯାଏ; ଦଂଶିତ ସ୍ଥାନରେ ଗୋଟିଏ ଲେଖାଁଏ ନାହୁଡ଼ ପଶି ଯାଇଥାଏ। ଏମାନଙ୍କ ଫେଣା ଝୁଲାମୁଣିପରି ଚକ୍ରାକୃତି 2।3 ଫୁଟ ବ୍ୟାସ ବିଶିଷ୍ଟ ହୁଏ। ଏମାନେ ଉଚ୍ଚବୃକ୍ଷର ଶାଖାରେ, କୋଠାର କଡ଼ିରେ, ଗଛର କୋରଡ଼ରେ, ପର୍ବତ— ଗୁହାର ପ୍ରାନ୍ତରେ, ଦେଉଳର ଛାତରେ ଫେଣା ବାନ୍ଧନ୍ତି, ଏମାନଙ୍କ ମହୁ ନାଲି ଓ ଗାଢ଼। — ଏମାନେ ଦେଖିବାକୁ ଭଅଁରପତି, ପ୍ରାୟ ଏକଜବ ଲମ୍ବ ଏମାନଙ୍କର ନାହୁଡ଼ି ଅଛି ଏମାନଙ୍କର ଫେଣାକୁ ଭାଙ୍ଗିଲେ ଏମାନେ ମନୁଷ୍ୟକୁ ବେଢ଼ିଯାଇ ଅତ୍ୟନ୍ତ କଲବଲ କରି ନାହୁଡ଼ରେ ମାରନ୍ତି ଓ ଏମାନଙ୍କ ନାହୁଡ଼ ଆଘାତରେ ମନୁଷ୍ୟର ଦେହ ଗଡ଼ପରି ଫୁଲିଯାଏ; ଦଂଶିତ ସ୍ଥାନରେ ଗୋଟିଏ ଲେଖାଁଏ ନାହୁଡ଼ ପଶି ଯାଇଥାଏ ଏମାନଙ୍କ ଫେଣା ଝୁଲାମୁଣିପରି ଚକ୍ରାକୃତି23ଫୁଟ ବ୍ୟାସ ବିଶିଷ୍ଟ ହୁଏ ଏମାନେ ଉଚ୍ଚବୃକ୍ଷର ଶାଖାରେ, କୋଠାର କଡ଼ିରେ, ଗଛର କୋରଡ଼ରେ, ପର୍ବତ— ଗୁହାର ପ୍ରାନ୍ତରେ, ଦେଉଳର ଛାତରେ ଫେଣା ବାନ୍ଧନ୍ତି, ଏମାନଙ୍କ ମହୁ ନାଲି ଓ ଗାଢ଼
- ଦେ. ବି—(ସଂ. ମଧୁମକ୍ଷିକା) — ହେଙ୍ଗୁଳା ମହୁ — (Apis Mellifica)(ସଂ. ଭ୍ରାମର ମଧୁ)
- ଦେ. ବି—(ସଂ. ମଧୁମକ୍ଷିକା) — ଏମାନେ ଦେଖିବାକୁ ହଳଦିଆ ଓ ବାଘରା ମହୁମାଛିପରି ବଡ଼ ଓ ନାହୁଡ଼ଯୁକ୍ତ। ଏମାନଙ୍କ ମହୁ ହଳଦିଆ। ଏମାନେ ମଧ୍ୟ ଉଚ୍ଚବୃକ୍ଷର ଶାଖା ଆଦିରେ ଫେଣା ବାନ୍ଧନ୍ତି। ହୋମିଓପାଥିର ବିଷଜ୍ୱାଳା ନାଶକ ଔଷଧ — (Apis Mel)ଏହି ମହୁମାଛିଙ୍କ ମହୁରୁ ପ୍ରସ୍ତୁତ ହୁଏ
- ଦେ. ବି—(ସଂ. ମଧୁମକ୍ଷିକା) — ସାତଫେଣିଆ ମହୁ — (Apis Indica)—ଏମାନେ ବାଘରାଙ୍କଠାରୁ ଛୋଟ ଓ ଏମାନଙ୍କର ନାହୁଡ଼ ଅଛି, କିନ୍ତୁ ଏମାନଙ୍କ ଦଂଶନ ବାଘରାଙ୍କ ଦଂଶନପରି କଷ୍ଟପ୍ରଦ ନୁହେଁ ଏମାନେ ଏକତ୍ର ବହୁଶାଖା (ଦଳ) ଯୁକ୍ତ ଚକ୍ର ପ୍ରସ୍ତୁତ କରନ୍ତି ଏମାନେ ବୃକ୍ଷ କୋଟରରେ ଓ ଗୁହା ମଧ୍ୟରେ ଫେଣା ବାନ୍ଧନ୍ତି ଏମାନଙ୍କ ଫେଣାଗୁଡ଼ିକ ବାଘରାଙ୍କ ଫେଣା ଅପେକ୍ଷା ଛଟ ଏମାନଙ୍କ ମହୁ ପାଣ୍ଡୁର ଓ ପତଳା
- ଦେ. ବି—(ସଂ. ମଧୁମକ୍ଷିକା) — ବିଞ୍ଚଣି ମହୁ— ଏମାନେ ବିଞ୍ଚଣା ବା ପଙ୍ଖାପରି ଛୋଟ (ଏକଫୁଟ ବ୍ୟାସରୁ ବେଶୀ ନୁହେଁ) ଫେଣା ବାନ୍ଧନ୍ତି। ଏମାନେ ସାଧାରଣ ମାଛିପରି ଛୋଟ, ନାହୁଡ଼ ନାହିଁ। ଏମାନଙ୍କ ମହୁ ମଳିନ ବର୍ଣ୍ଣ ଓ ପତଳା।
- ଦେ. ବି—(ସଂ. ମଧୁମକ୍ଷିକା) — ଡାଳିମହୁ—(ସଂ. ଦାଳକ ମଧୁ)। ଏମାନେ ସାଧାରଣ ମାଛିଙ୍କଠାରୁ ଛୋଟ; ଗଛର ଛୋଟ ଡାଳ ଚାରିପାଖେ ଛୋଟ ଫେଣା ବାନ୍ଧନ୍ତି। ଏମାନଙ୍କର ନାହୁଡ଼ ନାହିଁ। ମହୁ ଈଷତ୍ ନାଲି ଓ ପତଳା।
- ଦେ. ବି—(ସଂ. ମଧୁମକ୍ଷିକା) — ନିକି (କୁ)ଟି ମହୁ—(Apis Florea)— ଏମାନେ ମାଛିଙ୍କଠାରୁ ଅତି କ୍ଷୁଦ୍ର। ଏମାନେ କାନ୍ଥର କଣା ମଧ୍ୟରେ ଅତି ପତଳା ଓ ଛୋଟ ଫେଣା କରନ୍ତି। ଏମାନଙ୍କର ନାହୁଡ଼ ନାହିଁ। ଏମାନଙ୍କ ମଧୁ ଅଳ୍ପ ଓ ଅତ୍ୟନ୍ତ ତରଳ ଓ ଧଳା।
- ଦେ. ବି—(ସଂ. ମଧୁମକ୍ଷିକା) — ଆଧୁନିକ ପ୍ରାଣି ତତ୍ତ୍ୱବିଦ୍ ପଣ୍ଡିତମାନେ ଗବେଷଣା ପୂର୍ବକ ସ୍ଥିର କରିଅଛନ୍ତି ଯେ ଗୋଟିଏ ମହୁମାଛିପଲରେ ଗୋଟିଏ ମାତ୍ର ରାଣୀ — (Queen bee)ଥାଏ ସେହି ରାଣୀ ଗୁଡ଼ିଏ ଅଣ୍ଡା ପ୍ରସବ କରେ ଫେଣାରେ ଗୁଡ଼ିଏ ଅଳସୁଆ ଅଣ୍ଡିରା ମାଛି(Drone)ଥାଆନ୍ତି ସେମାନେ କିଛି କାମ କରନ୍ତି ନାହିଁ ବାଞ୍ଝ ମାଈମାଛିମାନେହିଁ ମହୁ ସଂଗ୍ରହ କରି ଫେଣା ତିଆରି କରି ସେଥିରେ ମଧୁ ଓ କେଶର ସଞ୍ଚୟ କରନ୍ତି ଫେଣାର କୋଠରିମାନ ସମଷଡ଼ଭୁଜ, କେତେକ କୋଠରିରେ ମହୁମାଛିଙ୍କ ଡିମ୍ବମାନ ରହେ; କେତେକରେ ତରଳ ମହୁ ପୂର୍ଣ୍ଣ ହୋଇଥାଏ; କେତେକରେ ଛୁଆ ମାଛିମାନଙ୍କ ଖାଇବାପାଇଁ ହଳଦିଆ କେଶର ବା ପୁଷ୍ପପରାଗ ସଞ୍ଚିତ ହୋଇଥାଏ ମହୁଫେଣାର କୋଠରିମାନଙ୍କ କାନ୍ଥମାନ ଏକପ୍ରକାର ଅଠାଳିଆ ପଦାର୍ଥକୁ ମହଣ କହନ୍ତି ମହୁମାଛିମାନେ ବହୁପୂର୍ବରୁ ଫୁଳରୁ ମଧୁ ଓ କେଶର ସଂଗ୍ରହ କରି ଫେଣାକୁ ଆଣନ୍ତି ଆଜିକାଲି ଲୋକେ ମହୁମାଛିଙ୍କୁ ଆଣି ପୋଷି ମହୁ ଆମଦାନି କରୁଅଛନ୍ତି ରାଣୀମାଛିକୁ ବାନ୍ଧି ରଖିଲେ ଅନ୍ୟମାଛିମାନେ ସେହି ସ୍ଥାନକୁ ଭିଡ଼ି ଆସି ଫେଣା ବାନ୍ଧନ୍ତି
- ଦେ. ବି—(ସଂ. ମଧୁମକ୍ଷିକା) — ଏକ ପ୍ରକାର ନାଲି ସରୁଧାନ — A kind of fine-red-coloured paddy