ମହୀରାବଣ Mahīrābaṇa

  • ଦେ. ବି — ଅସୁରବିଶେଷ — Name of demon
  • ଦେ. ବି — [ଦ୍ର—ଏ ପାତଳରେ ବାସ କରୁଥିଲା। ଲକ୍ଷ୍ମଣ ଇନ୍ଦ୍ରଜିତଙ୍କୁ ମାରିବା ପରେ ଏ ରାମ ଲକ୍ଷ୍ମଣଙ୍କୁ ଚୋରାଇ ନେଇ ପାତାଳରେ ରଖିଲା। ପରେ ହନୁମାନ୍ ପାତାଳକୁ ଯାଇ ଏହାକୁ ବଧ କରି ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କଲା। ଏ ଚରିତ ବାଲ୍ମିକୀ ରାମାୟଣରେ ବା କୌଣସି ସଂସ୍କୃତ ପୁରାଣରେ ନାହିଁ।
  • ଦେ. ବି — ବିଶ୍ୱନାଥ ବିଚିତ୍ର ରାମାୟଣ ମତରେ ଏ ଇନ୍ଦ୍ରଜିତର ପୁତ୍ର (ଯଥା—ଇନ୍ଦ୍ରଜିତ ସୁତ ମହୀରାବଣ ବୀର, ପାତାଳ ଭୁବନେ ଅଟେ ସେ ଦଣ୍ଡଧର)। ଭଞ୍ଜ ବୈଦେହୀଶବିଳାସ ମତରେ ଏ ରାବଣର ପୁତ୍ର ଯଥା; (ଉ—ବ୍ୟକ୍ତ ମହୀରାବଣ ନାମର, ବାଞ୍ଛେ ମହିମ ବିଷ୍ଣୁ ଉପର।) ହିନ୍ଦି ଶବ୍ଦସାଗରରେ ଏହାକୁ ରାବଣର ପୁତ୍ର ବୋଲା ଯାଇଅଛି।]