ମହାଶୟ Mahāṡaya
- ସଂ. ବିଣ. ପୁଂ (ମହତ୍+ଆଶ୍ରୟ ଯାହାର; ବହୁବ୍ରୀହି) — ମହାମନାଃ ମହାନୁଭବ; ଉଦାରହୃଦୟ — High minded; noble-minded; magnanimous
- ସଂ. ବି — ସମୁଦ୍ର — Ocean
- ଦେ. ବି — ଭଦ୍ର ବ୍ଯକ୍ତି; ସମ୍ଭ୍ରାନ୍ତ ଲୋକ — A gentleman; a respectable person
- ଦେ. ବି — ବଙ୍ଗ ଦେଶର ପ୍ରାଚୀନ ରାଜଦତ୍ତ ସମ୍ମାନସୁଚକ ବଂଶୋପାଧି — A family-title given by the kinds of ancient Bengal
- ଦେ. ବି — ଓଡ଼ିଶାରେ ଉପନିବେଶ ସ୍ଥାପନ କରିଥିବା ସମ୍ଭ୍ରାନ୍ତ ବଙ୍ଗୀୟ ଜମିଦାର ବଂଶର ଉପାଧି ବିଶେଷ — A family title of certain Bengal Zamindrars of Orissa
- ଦେ. ବି — [ଦ୍ର— ବାଲେଶ୍ୱର ଜିଲ୍ଲାର କାଉପୁର, ଲକ୍ଷଣନାଥ, ଦେହୁଡ଼ଦା ଓ କଟକ ଜିଲ୍ଲାର କିଶନ୍ ନଗର ଓ ରାମେଶ୍ୱରପୁର (ଯାଜ ପୁର)ର ପ୍ରାଚୀନ ବଙ୍ଗୀୟ ଜମିଦାର ବଂଶର ଏହି ଉପାଧି।]
- ଦେ. ବି — ଗୁରୁଜନ ଓ ସମ୍ମାନନୀୟ ବ୍ଯକ୍ତିଙ୍କୁ ସମ୍ବୋଧନ — A term used in addressing one's teacher, elders and respectable persons
- ଦେ. ବି — (ଯଥା— ଗୁରୁ ମହାଶୟ, ପଣ୍ଡିତ ମହାଶୟ।)
- ଦେ. ବି — [ଦ୍ର— ମାନ୍ୟାସ୍ପଦ ବ୍ଯକ୍ତି ବା ଭଦ୍ର ଲୋକଙ୍କ ନାମ ଶେଷରେ ଏ ପଦ ମଧ୍ୟ ଯୋଗ କରାଯାଏ, ଯଥା— ଶ୍ରୀପଣ୍ଡିତ ରାମଚନ୍ଦ୍ର ମିଶ୍ର ମହାଶୟ ସମୀପେଷୁ।]