ମହାଯାନ Mahāj̄āna
- ସଂ.ବି — ବୌଦ୍ଧସଂପ୍ରଦାୟବିଶେଷ — A sect of later Buddhists
- ସଂ.ବି — [ଦ୍ର— ବୁଦ୍ଧଦେବଙ୍କ ମହା— ନିର୍ବାଣ ପରେ ତାଙ୍କ ଶିଷ୍ୟୋପଶିଷ୍ୟମାନଙ୍କ ମତଭେଦରୁ ବୌଦ୍ଧଧର୍ମର ନାନା ଶାଖା, ଉପଶାଖା ଏବଂ ବିଭିନ୍ନ ମତବାଦ ଉଦ୍ଭୁତ ହୋଇଥିଲା । ମହାଯାନ ମତବାଦ ତନ୍ମଧ୍ୟରୁ ଏକତମ । ଯେଉଁ ବୌଦ୍ଧମାନେ ସେ ମତବାଦକୁ ଗ୍ରହଣ କଲେ, ସେମାନେ ମହାଯାନସଂପ୍ରଦାୟ ନାମରେ ଅଭିହିତ । ବର୍ତ୍ତମାନ ତିବ୍ୱତ, ନେପାଳ, ଚୀନ ଓ ଯାପାନ ପ୍ରଭୃତିରେ ଏହି ମହାଯାନ ବୌଦ୍ଧଧର୍ମର ପ୍ରଚଳନ ଦେଖାଯାଏ । ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମ ଉଭୟ ମଧ୍ୟରେ ଗୋଟାଏ ସମନ୍ୱୟ ସାଧନ କରିବା ପାଇଁ ପ୍ରଥମେ ଏହି ମତବାଦର ସୂତ୍ରପାତ ହୋଇଥିଲା। ମହାଯାନ ବୌଦ୍ଧମାନେ ଉଭୟ ଧର୍ମସମନ୍ୱୟ ରକ୍ଷା କରି ଚଳୁଥିଲେ । ଶିବଙ୍କର ଶକ୍ତି ପରି ବୁଦ୍ଧଦେବଙ୍କର କେତେଗୁଡ଼ିଏ ଶକ୍ତି ବା ବେଦୀ ଏ ମତବାଦରେ କଳ୍ପିତ ହୋଇଥିଲେ । ଏହି ମତବାଦରେ ହିନ୍ଦୁ ତନ୍ତ୍ର ଓ ଯୋଗ ସାଧନ ମତର ଆଧିକ୍ୟ ପରିଦୃଷ୍ଟ ହୁଏ। ଉତ୍କଳର 'ଶୂନ୍ଯବାଦୀ' ଓ 'ଶରୀରଭେଦ' ଯୋଗସାଧକମାନେ ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ ବୋଲି କେତେକ ପଣ୍ଡିତ ମତପ୍ରକାଶ କରନ୍ତି । ଜଗନ୍ନାଥଙ୍କୁ ଲୋକେ ବୌଦ୍ଧାବତାର ବୋଲି ଯେ କହନ୍ତି, ତାହା ଏହି ସଂପ୍ରଦାୟର ପ୍ରଭାବଜନିତ ଫଳ ବୋଲି କେତେକ ପଣ୍ଡିତ ଅନୁମାନ କରନ୍ତି ।]