ମହାବାରା Mahābārā

  • ବୈଦେ. ବି. (ଫା. ମୁହାବି(ବ)ରା — ଅଭ୍ୟାସ — Habit
  • ବୈଦେ. ବି. (ଫା. ମୁହାବି(ବ)ରା — ଭାଷାର ବିଶିଷ୍ଟାର୍ଥବୋଧକ ବାକ୍ୟ ବା ପ୍ରୟୋଗ; ବୋଲୀ — Idiom
  • ବୈଦେ. ବି. (ଫା. ମୁହାବି(ବ)ରା — [ଦ୍ର—ଇଂରାଜିର — Idiomଓ ଫାରସୀ 'ମୁହାବରା' ଅର୍ଥବୋଧକ ପ୍ରତିଶବ୍ଦ ଓଡ଼ିଆରେ ନ ଥିବାରୁ ଏ ଶବ୍ଦର ବ୍ୟବହାର ପ୍ରଚଳିତ ହେଉଅଛି ଲକ୍ଷଣା ବା ବ୍ୟଞ୍ଜନାଦ୍ୱାରା ସିଦ୍ଧ ବାକ୍ୟ ବା ପ୍ରୟୋଗ, ଯାହା କୋଣସି ଏକ ଭାଖାରେ ବା ଏକ ଭାଷାରେ ପ୍ରଚଳିତ ହୁଏ ଓ ଯହିଁର ଅର୍ଥ ପ୍ରତ୍ୟକ୍ଷ (ଅଭିଧେୟ) ଅର୍ଥରୁ ପୃଥକ୍ ଅଟେ, ତାହା 'ମୁହାବରା' କୌଣସି ଭାଷାରେ ପ୍ରଚଳିତ ଅସାଧାରଣ ଶବ୍ଦଯୋଜନ ଅଥବା ପ୍ରୟୋଗକୁ ଆରବୀରେ ଓ ଫାରସୀରେ 'ମୁହାବରା' ବୋଲାଯାଏ ଯଥା— 'ମାଡ଼ଖାଇବା' ଏଠାରେ ଖାଇବା ଶବ୍ଦ ସାଧାରଣ ଅର୍ଥରେ ବ୍ଯବହୃତ ହୋଇନାହିଁ; ଏହା ଲାକ୍ଷଣିକ ଅର୍ଥରେ ବ୍ଯବହୃତ ହୋଇଅଛି; କାରଣ ମାଡ଼ ଖାଇବାର ଦ୍ରବ୍ୟ' ନୁହେଁ କିନ୍ତୁ ଓଡ଼ିଆ ଭାଷାରେ ମାଡ଼ ଖାଇବାର ଅର୍ଥ 'ଅନ୍ଯ ବ୍ଯକ୍ତିଠାରୁ ମାଡ଼ ବା ପ୍ରହାର ସହିବା' ଅଟେ ଏହିପରି ଓଡ଼ିଆ ଭାଷାରେ 'ଚିକ୍କଣ କଥା' 'ଘର କରିବା' 'ରସ ନିକିଲିଯିବା' ପ୍ରଭୃତିର ପ୍ରୟୋଗ ଅଛି ଏହି ସବୁ ମହାବାରାକୁ ଅନ୍ଯ ଭାଷାରେ ଆକ୍ଷରିକ ଅନୁବାଦ କଲେ, ଉକ୍ତ ଭାଷାନ୍ତରିତ ଅନୁବାଦ ସେହି ଭାଷାରେ ହାସ୍ୟାସ୍ପଦ ହୁଏ]