ମହାନ୍ତି Mahānti
- ଦେ. ବି. ପୁଂ (ସଂ. ମହତ୍ ଶବ୍ଦଜ) — ଉତ୍କଳର କରଣ ଜାତି, ମହାନ୍ତି — The Karaṇa caste of Utkal
- ଦେ. ବି. ପୁଂ (ସଂ. ମହତ୍ ଶବ୍ଦଜ) — [ଦ୍ର—'ମହାନ୍ତି' ଶବ୍ଦ ଚୈତନ୍ୟଚରିତାମୃତରେ ବଙ୍ଗଳାରେ 'ମାଇତି' ରୂପେ ବ୍ଯବହୃତ ହୋଇଅଛି]
- ଦେ. ବି. ପୁଂ (ସଂ. ମହତ୍ ଶବ୍ଦଜ) — ଶୂଦ୍ର ଓ ମାସ୍ତାନ ବ୍ରାହ୍ମଣଙ୍କର ବଂଶୋପଧି ବିଶେଷ — A family title of Ṡūdras and Māstānas
- ଦେ. ବି. ପୁଂ (ସଂ. ମହତ୍ ଶବ୍ଦଜ) — [ଦ୍ର—ବଙ୍ଗର କାୟସ୍ଥ ଓ ବିହାରର ଲାଲା— ମାନଙ୍କ ପରି ଉତ୍କଳରେ ମହାନ୍ତି ବା କରଣମାନଙ୍କର ସ୍ଥାନ । ଓଡ଼ିଶାରେ କରଣମାନଙ୍କ ଆସନ ବ୍ରାହ୍ମଣ ଓ ରାଜନ୍ୟବର୍ଗଙ୍କର ଅବ୍ଯବହିତ ନିମ୍ନରେ । ବ୍ରାହ୍ମଣ, ରାଜନ୍ୟ ଓ ବୈଶ୍ୟମାନଙ୍କ ସମାଜପରି ଏମାନଙ୍କ ସମାଜରେ ମଧ୍ୟ ବିଧବା ବିବାହ ବା ଦୁତୀୟ ପ୍ରଥା ନାହିଁ । ଶୂଦ୍ରବଂଶୀୟା ସ୍ତ୍ରୀମାନଙ୍କ ଉପାଧି ଦାସୀ; ରାଜନ୍ୟ ଓ କରଣ ସ୍ତ୍ରୀମାନଙ୍କ ଉପାଧି ଦେଈ ଓ ବ୍ରାହ୍ମଣୀ— ମାନଙ୍କ ଉପାଧି ଦେବୀ । ଉତ୍କଳରେ ଏମାନଙ୍କର ଆସନ ଓ ପ୍ରତିପତ୍ତି ଉଚ୍ଚ ଅଟେ । ଲେଖକବୃତ୍ତି ଓ ରାଜକର୍ମରେ ଏମାନେ ବହୁଶଃ ନିଯୁକ୍ତ । ଉତ୍କଳରେ ଇଂରାଜି ଶିକ୍ଷା ପ୍ରବେଶ କରିବାବେଳେ ଏମାନେ ସେହି ଶିକ୍ଷା ପ୍ରତି ଆଗ୍ରହ ଦେଖାଇଥିଲେ । ଅନ୍ଯ ସମାଜମାନଙ୍କ ତୁଳନାରେ କରଣ ସମାଜରେ ଉଚ୍ଚ ଶିକ୍ଷିତଙ୍କ ସଂଖ୍ୟା ଅଧିକ । ଦେଶର ସାମାଜିକ, ରାଜନୀତିକ, ଶିକ୍ଷା ସମ୍ବନ୍ଧୀୟ ଓ ଅନ୍ଯାନ୍ୟ ଦେଶହିତକର ଆନ୍ଦୋଳନରେ ଏ ସମାଜର ଅନେକ ବ୍ଯକ୍ତି ଅଗ୍ରଣୀ ଅଟନ୍ତି । ଉତ୍କଳର କରଣମାନେ କ୍ଷତ୍ରିୟ ଥିବା ବିଷୟ ଏ ପ୍ରଦେଶର ଉଚ୍ଚତମ ବିଚାରାଳୟରେ ସ୍ଥିର ସିନ୍ଧାନ୍ତ ହୋଇଅଛି ।]