ମହାକାବ୍ୟ Mahākābya

  • ସଂ. ବି (କର୍ମଧା; ମହତ୍+କାବ୍ୟ) — ପୁରାଣାନ୍ତର୍ଗତ ପ୍ରସିଦ୍ଧ ବୃତ୍ତାନ୍ତ ବା ଦେବତା, ଉଚ୍ଚବଂଶୀୟ ବ୍ଯକ୍ତି, ମହାପୁରୁଷ ବା ରାଜାଆଦିଙ୍କ ଚରିତ ବା ବଂଶାନୁଚରିତ ଆଦି ଯେଉଁ କାବ୍ୟରେ ବର୍ଣ୍ଣିତ ହୋଇଥାଏ — A great epic
  • ସଂ. ବି (କର୍ମଧା; ମହତ୍+କାବ୍ୟ) — [ଦ୍ର—ଏଥିରେ ମୂଳ ଆଖ୍ୟାନକୁ ଅବଲମ୍ବନ କରି ପ୍ରାକୃତିକ ଦୃଶ୍ୟ, ଋତୁ, ଯୁଦ୍ଧ, ଜନ୍ମ ,ମୃତ୍ୟୁ, ବିବାହ, ବିରହ ,ମିଳନ, ଧର୍ମାଦି ଚତୁର୍ବର୍ଗ ,ପ୍ରେମ ଓ ଉତ୍ସବାଦି ବର୍ଣ୍ଣିତ ହୋଇଥାଏ। ମହାକାବ୍ୟରେ ଆଠରୁ ଅଧିକକ ସର୍ଗ ଥାଏ ଏବଂ ସର୍ଗମାନ ଏକ ବା ବିବିଧ ଛନ୍ଦରେ ରଚିତ ହୋଇଥାଏ। ମଙ୍ଗଳାଚରଣରେ ଇଷ୍ଟଦେବତାଙ୍କ ସ୍ତୁତି ବା ସାଧାରଣଙ୍କ ମଙ୍ଗଳ କାମନା କରି କାବ୍ୟାରମ୍ଭ କରାଯାଏ। ପ୍ରତ୍ୟେକ ସର୍ଗର ଶେଷ କେତେକ ପଂକ୍ତି ସର୍ଗର ଅନ୍ଯ ଶ୍ଳୋକମାନଙ୍କ ଅପେକ୍ଷା ଭିନ୍ନ ଛନ୍ଦରେ ରଚିତ ହୋଇଥାଏ। ସର୍ଗରେ ବର୍ଣ୍ଣିତ ପ୍ରଧାନତମ ବିଷୟ ଅନୁସାରେ ସର୍ଗର ନାମକରଣ ହୁଏ ଏବଂ ବର୍ଣ୍ଣନୀୟ ବିଷୟ ବା ନାୟିକାଙ୍କ ନାମ ଅନୁସାରେ ମହାକାବ୍ୟର ନାମକରଣ ହୁଏ। ମହାକାବ୍ରେ ବୀର, କରୁଣ, ଶୃଙ୍ଗାର ଓ ଶାନ୍ତ ଏହି ଚାରିଟି ରସରୁ କୌଣସି ଗୋଟିଏ ରସର ପ୍ରାଧାନ୍ୟ ଥାଏ। ହାସ୍ୟ, ରୌଦ୍ର ଓ ଭୟାନକାଦି ରସମାନ ଅପ୍ରଧାନ ଭାବରେ ବିଦ୍ଯମାନ ଥାଏ। ସଂସ୍କୃତ ରାମାୟଣ, ମହାଭାରତ, ରଘୁବଂଶ, କୁମାରସମ୍ଭବ, ଭଟ୍ଟୀ, କିରାତାର୍ଜୁନୀୟ, ଇଂରାଜି ପାରାଡାଇସ୍ଲିଷ୍ଟ, ଲାଟିନ୍ ଇଲ୍ଅଡ଼୍, ଓଡ଼ିଆ ବୈଦେହୀଶବିଳାସ, ବିଦଗ୍ଧ— ଚିନ୍ତାମଣି, ରସକଲ୍ଲୋଳ ଓ ବଙ୍ଗଳା ମେଘନାଦବଧ ଇତ୍ୟାଦି ମହାକାବ୍ୟ ଅଟେ।]