ମହା ମହା ରୂପକ Mahā mahā rūpaka
- ଦେ. ବି — କାବ୍ୟାଳଙ୍କାର ବିଶେଷ — A figure of speech
- ଦେ. ବି — [ଦ୍ର—ଯେତେବେଳେ ଗୋଟିଏ ବସ୍ତୁକୁ ଅନେକ ଗୁଡ଼ିଏ ବସ୍ତୁ ସଙ୍ଗେ ତୁଳନା କରାଯାଏ ସେତେବେଳେ ମହା ମହା ରୂପକ ହୁଏ । ଉଦାହରଣ—ଘନ ରସଦାନୀ ପ୍ରେମ ସାଗରୀ ନାରୀ କଳାନିଧି ଶୁଚିପଦ ବର୍ଦ୍ଧନେ ଶର୍ବରୀ ପରମାନନ୍ଦ ସୁଖକୁ ଦେବରେତ ଶିରୀ କଞ୍ଜ ନେତ୍ର ରୋଚନକୁ ସତତ ଗଉରୀ । ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି ।]