ମହା ନିମ୍ବ Mahā nimba
- ସଂ. ବି — ଏକପ୍ରକାର ବଡ଼ ଲିମ୍ବ ଗଛ; ଘୋଡ଼ା ନିମ୍ବ — The Persian lilac; Melia Azadirachta; Melia sem pervirens
- ସଂ. ବି — [ଦ୍ର—ଏହାର ପତ୍ର ନିମ୍ବପତ୍ର ପରି, କିନ୍ତୁ ବଡ଼; ଗଛ ମଧ୍ୟ ନିମ୍ବ ଗଛ ପରି କିନ୍ତୁ ଡେଙ୍ଗା ଓ ଉଚ୍ଚ । ଏହାର କାଠ ନାଲିଆ, ଓ ହାଲୁକା; ଏ କାଠରେ ସବାରୀ, ସିନ୍ଧୁକ ଆଦି ହୁଏ । ଏହା ଗମ୍ଭାରୀଜାତୀୟ କାଠ । ଫଳ ଗମ୍ଭାରୀ ଫଳ ପରି । ଛେଲି ଓ ପତ୍ର ଔଷଧରେ ବ୍ଯବହୃତ ହୁଏ । ବୈଦ୍ୟକମତରେ ଏହା ଶୀତବୀର୍ଯ୍ଯ, ରୁକ୍ଷ, ତିକ୍ତକଷାୟ ଓ ଧାରକ; ଏହା କଫ, ପିତ୍ତ, ଭ୍ରମ, ବମି କୁଷ୍ଠ, ହୁଲ୍ଲାସ, ରକ୍ତଦୋଷ, ପ୍ରମେହ, ଶ୍ୱାସ, ଗୁଳ୍ମ, ଅର୍ଶଃ ଓ ମୂଷିକବିଷର ବିନାଶକ ।]
- ସଂ. ବି — ମାହାଳ ଗଛ — Ailanthus Excelsa (tree)
- ସଂ. ବି — [ଦ୍ର—ଏହାର ପତ୍ର ନିମ୍ବ ପତ୍ର ପରି, କିନ୍ତୁ 4/5 ଆଙ୍ଗୁଳ ଲମ୍ବ । ଗୋଟିଏ ଗୋଟିଏ ଡେମ୍ଫ 2 ହାତ ଲମ୍ବ । ଡେମ୍ଫରେ ପତ୍ର ଧାଡ଼ି ଧାଡ଼ି ହୋଇ ବିପରୀତ ପାଖରେ ଧରେ । ଏ ଗଛ ପାହାଡ଼ରେ ଓ ନଈ ଅତଡ଼ାରେ ଜନ୍ମେ । ଗଛ 40/50 ହାତ ଉଚ୍ଚ ହୁଏ । କାଠ ହାଲୁକା, ଧଳା ଓ ମସକା । ଏହା ଜାଳ ଛଡ଼ା ଅନ୍ଯ କାମରେ ଲାଗେ ନାହିଁ।] — [ଦ୍ର—ଏହାର ପତ୍ର ନିମ୍ବ ପତ୍ର ପରି, କିନ୍ତୁ4/5ଆଙ୍ଗୁଳ ଲମ୍ବ ଗୋଟିଏ ଗୋଟିଏ ଡେମ୍ଫ2ହାତ ଲମ୍ବ ଡେମ୍ଫରେ ପତ୍ର ଧାଡ଼ି ଧାଡ଼ି ହୋଇ ବିପରୀତ ପାଖରେ ଧରେ ଏ ଗଛ ପାହାଡ଼ରେ ଓ ନଈ ଅତଡ଼ାରେ ଜନ୍ମେ ଗଛ40/50ହାତ ଉଚ୍ଚ ହୁଏ କାଠ ହାଲୁକା, ଧଳା ଓ ମସକା ଏହା ଜାଳ ଛଡ଼ା ଅନ୍ଯ କାମରେ ଲାଗେ ନାହିଁ]
- ସଂ. ବି — ମହାନିମ୍ବ (ଦେଖ) — Mahānimba (See)