ମହତ୍ତର Mahattara

  • ସଂ. ବିଣ (ମହତ୍+ଅତିଶୟାର୍ଥେ, ତର) — ଦୁଇର ମଧ୍ୟରେ ବଡ଼ ଅପେକ୍ଷାକୃତ; ମହତ୍; ଉତ୍କୃଷ୍ଟତର — Greater; noble; higher
  • ସଂ. ବି — ଶୂଦ୍ର (ହି. ଶ.) — A Ṡūdra
  • ସଂ. ବି — ଗ୍ରାମର ବୟୋଜ୍ୟେଷ୍ଠ ବ୍ଯକ୍ତି — The oldest man of a village (Apte)
  • ସଂ. ବି — ଗ୍ରାମର ମୁଖ୍ୟବ୍ଯକ୍ତି ବା ନେତା — The head of a village (Apte)
  • ସଂ. ବି — ରାଜସଭାର ସଦସ୍ୟ — A courtier (Apte)
  • ସଂ. ବି — ରାଜ ଶୟନାଗାରରକ୍ଷକ; ରାଜାଙ୍କ ପାରିବାରିକ ବିଷୟର ଭାରପ୍ରାପ୍ତ କର୍ମଚାରୀ — Chamberlain; a palace superintendent (Apte)
  • ସଂ. ବି — ଦଳର ସର୍ବମାନ୍ୟ ବା ପ୍ରଧାନ ବ୍ଯକ୍ତି — The most responsible or chief person; the pricipal (Apte)