ମଳୁଖ Maḻukha

  • ଦେ. ବି— (ତୁଳନା କର ସଂ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ) — ଖୁଦ ବଛା ହୋଇଥିବା ମୋଟ ଚାଉଳ — Whole rice from amongst which rice particles or broken rice have been sifted or picked out
  • ଦେ. ବି— (ତୁଳନା କର ସଂ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ) — ଅଟାକୁ ଚାଲୁଣିରେ ଚଲାଇବା ପରେ ଯେଉଁ ଭୁଷି ଚାଲୁଣିରେ ରହି ଯାଏ; ଚୋକଡ଼ — Refuse of flour left after being sifted in a sieve; bran
  • ଦେ. ବି— (ତୁଳନା କର ସଂ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ) — କୁଟ ଧାନକୁ ଚାଲୁଣିରେ ଚଲାଇ କୁଲାରେ ପାଛୁଡ଼ିବା ପରେ ଯେଉଁ ଗୋଟା ଚାଉଳ ଓ ତାହା ସଙ୍ଗେ ମିଶି ଗୋଟାଏ ଗୋଟାଏ ଧାନ ରହି ଯାଏ — The whole rice mixed with unhusked grains of paddy left in the winnowing fan after the fine rice is separated from them
  • ଦେ. ବି— (ତୁଳନା କର ସଂ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ) — [ଦ୍ର— ଅରୁଆ ଚାଉଳରେ ମିଶି ଥିବା ଧାନମାନଙ୍କୁ ବାଛି ଦେଲେ ଯେଉଁ ଗୋଟା ଚାଉଳମାନ ରହେ ତାହାଙ୍କୁ ଅକ୍ଷତ କହନ୍ତି]
  • ଦେ. ବି— (ତୁଳନା କର ସଂ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ) — ମଣ୍ଡାପିଠା ପ୍ରଭୃତି ପାଇଁ କୁଟା ଯିବା ବତୁରା ଚାଉଳର ଚୂନାକୁ କୁଲାରେ ପାଛୁଡ଼ିଲେ ଯେଉଁ ଖଦଡ଼ ଅଂଶ ବାକି ରହିଯାଏ, (ଏହାକୁ ଚୂନା ମଳୁଖ ମଧ୍ୟ କହନ୍ତି ।) — The unpowdered particles of rice which remain after winnowing the powder of moistened rice pounded for preparing Maṇḍā cake