ମଲ୍ଲିକା Mallikā

  • ସଂ. ବି—(ମଲ୍ଲି+ସ୍ୱାର୍ଥେ. କ+ସ୍ତ୍ରୀ ଆ) — ଏକ ପ୍ରକାର ମଲ୍ଲି ଫୁଲ; ଏକ ପାଖୁଡ଼ିଆ ମଲ୍ଲିଫୁଲ — A species of single-petalled Jasmine; Jasminum Sambac; Arabian Jasmine
  • ସଂ. ବି—(ମଲ୍ଲି+ସ୍ୱାର୍ଥେ. କ+ସ୍ତ୍ରୀ ଆ) — [ଦ୍ର—ଏହା ଉଦ୍ୟାନପାଳିତ ଲଟାଳିଆ ଗୁଳ୍ମ । 2 ହାତ ଉଚ୍ଚତାକୁ ବଢ଼ିବା ପର୍ଯ୍ୟନ୍ତ ଏ ଗୁଳ୍ମ ସିଧା ଠିଆ ହୋଇ ବଢ଼େ; ଦୁଇ ହାତରୁ ବେଶି ଉଚ୍ଚ ହେଲେ ଶୋଇ ପଡ଼ି ଭୂମିରେ ଲଟାଏ । ଏହାର ଫୁଲ ଧଳା ଓ ସୁଗନ୍ଧ। ଫୁଲର ପାଖୁଡ଼ାଭେଦରେ ଏକ ପରସ୍ତିଆ (ସଂ. ଏକ ଦଳ), ଦୋ ପରସ୍ତିଆ, (ସଂ. ବହୁ ଦଳ) ଓ ବହୁ ପରସ୍ତିଆ (ସଂ. ଶତଦଳ ମଲ୍ଲିକା, ବଂ. ମୋତିୟା ବେଲା, ଓଡ଼ିଆ ମୁଗୁରା (ମଲ୍ଲି) ମଲ୍ଲିଫୁଲ ବୋଲାଯାଏ । ଏକ ପରସ୍ତିଆ ବା ଦୋପରସ୍ତିଆ ମଲ୍ଲୀ ଫୁଲ ବଡ଼ ଓ ସାନ ଭେଦରେ 2 ପ୍ରକାର । ଏହାର କଢ଼ମାନ ଗୋଲ ବଡ଼ ମୋତି ଭଳି ଦେଖା ଯାଏ। ଏ ଫୁଲର ଡେମ୍ଫ ନଳାକାର ଓ ଉକ୍ତ ନଳରେ ସୂତା ଗଳାଇ ମାଳା କରାଯାଏ ।ବଣରେ ଫୁଟିବା ଏହି ଜାତୀୟ ଫୁଲର ପାଖୁଡ଼ା ଛୋଟ ଓ ପତଳା ଓ ସରୁନଳିଆ । ସାଧାରଣତଃ ଉଦ୍ୟାନପାଳିତ ବହୁଦଳକୁ ମଲ୍ଲିକା ବୋଲା ଯାଏ । ଫୁଲ ପୂର୍ଣ୍ଣ ପରିପକ୍ୱତା ଲାଭ କରିବା ପରେ ବୃନ୍ତ ଉପରେ କଳା ବଟିକା ପରି ଦୃଢ଼ ଫଳ ଧରେ । ବୈଦ୍ୟକ ମତରେ ଏହା ଉଷ୍ଣବୀର୍ଯ୍ଯ, ଲଘୁ, ଶୁକ୍ରବର୍ଦ୍ଧକ, ଓ ତିକ୍ତକଟୁରସ; ଏହା ବାୟୁ, ପିତ୍ତ, ମୁଖରୋଗ, ନେତ୍ର ରୋଗ, କୁଷ୍ଠ, ଅରୁଚି, ବିଷ ଓ ବ୍ରଣନାଶକ। ଫୁଲକୁ ଡାଳରୁ ଛିଣ୍ଡାଇ ଦେଲେ ନଳାକାର ଡେମ୍ଫର ମୁଣ୍ଡରୁ ଗୋଟିଏ ଖିଲ ବାହାରିଯାଏ। ଉକ୍ତ ନଳାକାର ଡେମ୍ଫିକୁ ଶୋଷିଲେ ତା ମଧ୍ୟରୁ ଅଳ୍ପ ଟିକିଏ ମଧୁର ରସ ପାଟି ଭିତରକୁ ଯାଏ । ଏ ନଳାକାର ଡେମ୍ଫ ବାଟେ ସୂତା ଗଳାଇ ମାଳା ଗୁନ୍ଥିବା ସୁବିଧାଜନକ ଥିବାରୁ ଲୋକେ ଏ ଫୁଲକୁ ମାଳା କରି ପିନ୍ଧିବାକୁ ସୁଖ ପାଆନ୍ତି । ଏ ଫୁଲକୁ ପିଇବା ପାଣିରେ ପକାଇଲେ ପାଣି ବାସେ । ମଲ୍ଲୀ ଫୁଲରୁ ମଧ୍ୟ ଅତର ଓ ଏସେନ୍ସ ଓ ଫୁଲରି ତେଲ ତିଆରି ହୁଏ ।)] — [ଦ୍ର—ଏହା ଉଦ୍ୟାନପାଳିତ ଲଟାଳିଆ ଗୁଳ୍ମ 2ହାତ ଉଚ୍ଚତାକୁ ବଢ଼ିବା ପର୍ଯ୍ୟନ୍ତ ଏ ଗୁଳ୍ମ ସିଧା ଠିଆ ହୋଇ ବଢ଼େ; ଦୁଇ ହାତରୁ ବେଶି ଉଚ୍ଚ ହେଲେ ଶୋଇ ପଡ଼ି ଭୂମିରେ ଲଟାଏ ଏହାର ଫୁଲ ଧଳା ଓ ସୁଗନ୍ଧ ଫୁଲର ପାଖୁଡ଼ାଭେଦରେ ଏକ ପରସ୍ତିଆ (ସଂ. ଏକ ଦଳ), ଦୋ ପରସ୍ତିଆ, (ସଂ. ବହୁ ଦଳ) ଓ ବହୁ ପରସ୍ତିଆ (ସଂ. ଶତଦଳ ମଲ୍ଲିକା, ବଂ. ମୋତିୟା ବେଲା, ଓଡ଼ିଆ ମୁଗୁରା (ମଲ୍ଲି) ମଲ୍ଲିଫୁଲ ବୋଲାଯାଏ ଏକ ପରସ୍ତିଆ ବା ଦୋପରସ୍ତିଆ ମଲ୍ଲୀ ଫୁଲ ବଡ଼ ଓ ସାନ ଭେଦରେ2ପ୍ରକାର ଏହାର କଢ଼ମାନ ଗୋଲ ବଡ଼ ମୋତି ଭଳି ଦେଖା ଯାଏ ଏ ଫୁଲର ଡେମ୍ଫ ନଳାକାର ଓ ଉକ୍ତ ନଳରେ ସୂତା ଗଳାଇ ମାଳା କରାଯାଏ ବଣରେ ଫୁଟିବା ଏହି ଜାତୀୟ ଫୁଲର ପାଖୁଡ଼ା ଛୋଟ ଓ ପତଳା ଓ ସରୁନଳିଆ ସାଧାରଣତଃ ଉଦ୍ୟାନପାଳିତ ବହୁଦଳକୁ ମଲ୍ଲିକା ବୋଲା ଯାଏ ଫୁଲ ପୂର୍ଣ୍ଣ ପରିପକ୍ୱତା ଲାଭ କରିବା ପରେ ବୃନ୍ତ ଉପରେ କଳା ବଟିକା ପରି ଦୃଢ଼ ଫଳ ଧରେ ବୈଦ୍ୟକ ମତରେ ଏହା ଉଷ୍ଣବୀର୍ଯ୍ଯ, ଲଘୁ, ଶୁକ୍ରବର୍ଦ୍ଧକ, ଓ ତିକ୍ତକଟୁରସ; ଏହା ବାୟୁ, ପିତ୍ତ, ମୁଖରୋଗ, ନେତ୍ର ରୋଗ, କୁଷ୍ଠ, ଅରୁଚି, ବିଷ ଓ ବ୍ରଣନାଶକ ଫୁଲକୁ ଡାଳରୁ ଛିଣ୍ଡାଇ ଦେଲେ ନଳାକାର ଡେମ୍ଫର ମୁଣ୍ଡରୁ ଗୋଟିଏ ଖିଲ ବାହାରିଯାଏ ଉକ୍ତ ନଳାକାର ଡେମ୍ଫିକୁ ଶୋଷିଲେ ତା ମଧ୍ୟରୁ ଅଳ୍ପ ଟିକିଏ ମଧୁର ରସ ପାଟି ଭିତରକୁ ଯାଏ ଏ ନଳାକାର ଡେମ୍ଫ ବାଟେ ସୂତା ଗଳାଇ ମାଳା ଗୁନ୍ଥିବା ସୁବିଧାଜନକ ଥିବାରୁ ଲୋକେ ଏ ଫୁଲକୁ ମାଳା କରି ପିନ୍ଧିବାକୁ ସୁଖ ପାଆନ୍ତି ଏ ଫୁଲକୁ ପିଇବା ପାଣିରେ ପକାଇଲେ ପାଣି ବାସେ ମଲ୍ଲୀ ଫୁଲରୁ ମଧ୍ୟ ଅତର ଓ ଏସେନ୍ସ ଓ ଫୁଲରି ତେଲ ତିଆରି ହୁଏ )]
  • ସଂ. ବି—(ମଲ୍ଲି+ସ୍ୱାର୍ଥେ. କ+ସ୍ତ୍ରୀ ଆ) — ମୃତ୍ପାତ୍ର ବିଶେଷ — A kind of earthen pot
  • ସଂ. ବି—(ମଲ୍ଲି+ସ୍ୱାର୍ଥେ. କ+ସ୍ତ୍ରୀ ଆ) — ମତ୍ସ୍ୟ ବିଶେଷ — A kind of fish
  • ଦେ. ବି — ସ୍ତ୍ରୀଲୋକଙ୍କ ନାମ — A name given to female