ମଲ୍ଲା Mallā
- ସଂ. ବି.ସ୍ତ୍ରୀ (ମଲ୍ଲ+ଆ) — ସ୍ତ୍ରୀ; ନାରୀ — A woman (Apte)
- ସଂ. ବି.ସ୍ତ୍ରୀ (ମଲ୍ଲ+ଆ) — ମଲ୍ଲୀ ଫୁଲ ବିଶେଷ — The Arabian Jasmine (Apte)
- ସଂ. ବି.ସ୍ତ୍ରୀ (ମଲ୍ଲ+ଆ) — ଦେହରେ ସୁବାସ ଚନ୍ଦନ ଓ ଲେପ ଆଦି ବୋଳିବା — Decorating the person with cosmetics or coloured unguents (Apte)
- ସଂ. ବି.ସ୍ତ୍ରୀ (ମଲ୍ଲ+ଆ) — ଲତା ବିଶେଷ; ପତ୍ରବଲ୍ଲୀ (ହି.ଶ) — A kind of leafy creeper
- ବୈଦେ. ବି. (ଆ. ମଲ୍ଲାଦ୍= ନାବିକ) — ମହ୍ଲା; ନୌବାହକ ଜାତିବିଶେଷ; ନାବିକ; ମାଝୀ — A caste of boatmen or sailors
- ବୈଦେ. ବି. (ଆ. ମଲ୍ଲାଦ୍= ନାବିକ) — [ଦ୍ର—ଓଡ଼ିଶାରେ କୈବର୍ତ୍ତମାନେ ମାଛ ମାରନ୍ତି; କିନ୍ତୁ ମଲ୍ଲାମାନେ ମାଛ ମାରନ୍ତି ନାହିଁ । ମଲ୍ଲାମାନେ କେବଳ ନୌକା ବୁହାନ୍ତି । କେଉଟୁଣୀମାନେ ପିତଳ ଖଡ଼ୁ ପିନ୍ଧନ୍ତି ଓ ଗୁଣାବସଣୀ ଆଦି ପିନ୍ଧନ୍ତି ନାହିଁ । ମଲ୍ଲା—ସ୍ତ୍ରୀମାନେ ପିତଳ ଖଡ଼ୁ ପିନ୍ଧନ୍ତି ନାହିଁ ଓ ନାକରେ ଗୁଣାବସଣୀ ପିନ୍ଧନ୍ତି । ମଲ୍ଲା ମାନଙ୍କର ଗୋତ୍ର ଭରଦ୍ୱାଜ ଓ ନାଗସ । ମନୁସଂହିତା 10 ମ ଅଧ୍ୟାୟରେ ସଙ୍କର ଜାତିମାନଙ୍କ ମଧ୍ୟରେ ମଲ୍ଲ ନାମକ ଯେଉଁ ଜାତିର ଉଲ୍ଲେଖ ଅଛି ସେ ବ୍ରାତ୍ୟ କ୍ଷତ୍ରିୟଙ୍କଠାରୁ ଉତ୍ପନ୍ନ ବୋଲି ଲେଖାଅଛି ( 10/22 ),। ମଲ୍ଲାମାନେ ସମ୍ଭବତଃ ଉକ୍ତ 'ମଲ୍ଲ'ଙ୍କ ବଂଶଧର ନୁହନ୍ତି। ପକ୍ଷାନ୍ତରରେ ନୌକା ଚାଳନ ମଲ୍ଲର ମଲ୍ଲ କର୍ମ ଥିବାରୁ 'ମଲ୍ଲ' ଶବ୍ଦରୁ ଏହି ମଲ୍ଲା ଶବ୍ଦର ଉତ୍ପନ୍ନ ହେବାର ସମ୍ଭବ । ମନୁ 13/34 ଅନୁସାରେ ନିଷାଦ (ମତ୍ସ୍ୟଜୀବୀ) ପୁରୁଷ କର୍ତ୍ତୃକ ଆୟୋଗବୀ (କାଷ୍ଠ ଛେଦକ ଓ ତକ୍ଷକ) ସ୍ତ୍ରୀ ଗର୍ଭରୁ ନୌକାକର୍ମଜୀବୀ ମାର୍ଗବ ଓ ଦାସ ଜାତି ବା କୈବର୍ତ୍ତ ଜାତି ଉତ୍ପନ୍ନ (ମନୁ 10/48 ); କିନ୍ତୁ ମଲ୍ଲାମାନେ ମାଛ ନ ମାରିବା ଯୋଗୁଁ ସେମାନେ ମତ୍ସ୍ୟଜୀବୀ ପିତା ଔରସ ବୋଲି ବୋଲାଯାଇ ପାରୁ ନାହିଁ । କେଉଁଟଙ୍କ ସନ୍ତକ ଜାଲ ବୁଣା କାଠି ବା ସଡ଼ିଙ୍ଗ; କିନ୍ତୁ ମଲ୍ଲାଙ୍କ ସନ୍ତକ ଡଙ୍ଗାର ମଙ୍ଗଧର । ସମାଜରେ ମଲ୍ଲାମାନଙ୍କ ଆସନ କେଉଟମାନଙ୍କ ଅପେକ୍ଷା ଉଚ୍ଚ ଥିବାର ଦେଖାଯାଏ ଓ ମଧ୍ୟ ଶ୍ରେଣୀର ବ୍ରାହ୍ମଣମାନେ ମଲ୍ଲାଙ୍କର ପୁରୋହିତ ଓ ମନ୍ତ୍ରଗୁରୁ ଥିବାର ଦେଖାଯାଏ; କିନ୍ତୁ କେଉଟଙ୍କ ମନ୍ତ୍ରଗୁରୁ କେଉଟ ଜାତୀୟ ବୈଷ୍ଣବ ଓ ପୁରୋହିତ ମଢ଼ିଆ ପଣ୍ଡା ଶ୍ରେଣୀର ବ୍ରାହ୍ମଣ ଅଟନ୍ତି । ଜଗନ୍ନାଥ, ଲିଙ୍ଗରାଜ ଓ ସାରଳା ଆଦିଙ୍କ ଚନ୍ଦନ ଯାତ୍ରାରେ ସନନ୍ଦଦ୍ୱାରା ଚାପ ବୁହାଇବା ଅଧିକାର ମଲ୍ଲାମାନଙ୍କରେ ଅଛି; କିନ୍ତୁ କେଉଟମାନଙ୍କର ଏପରି ସନନ୍ଦ ନାହିଁ । ଜଗନ୍ନାଥଙ୍କ ମନ୍ଦିରର ବାଇଶିପାହାଚରେ ଯେଉଁ ପାହାଚଟି ( 3 ୟ ବା 4 ର୍ଥ) ମାଙ୍କଡ଼ା ପଥରରେ ତିଆରି ସେ ପାହାଚରେ ମଲ୍ଲାମାନଙ୍କର କୌଳିକ ଅଧିକାର ଥିବାର ଦେଖାଯଏ । ପୁରୀ ଗୁଣ୍ଡଚା ଘର ପାଖେ 'ମଲ୍ଲେଇମଠ' ନାମରେ ଗୋଟିଏ ମଠ ଏମାନଙ୍କର ଅଛି ଓ ସେଥିରେ ଥିବା ମଲ୍ଲା ଜାତିର ବୈଷ୍ଣବଙ୍କ ପାଇଁ ପୂର୍ବେ ଜଗନ୍ନାଥ ମନ୍ଦିରରୁ ଅଭଡ଼ା ଖଞ୍ଜାଥିଲା ବୋଲି ବୁଢ଼ାମାନେ କହନ୍ତି।] — [ଦ୍ର—ଓଡ଼ିଶାରେ କୈବର୍ତ୍ତମାନେ ମାଛ ମାରନ୍ତି; କିନ୍ତୁ ମଲ୍ଲାମାନେ ମାଛ ମାରନ୍ତି ନାହିଁ ମଲ୍ଲାମାନେ କେବଳ ନୌକା ବୁହାନ୍ତି କେଉଟୁଣୀମାନେ ପିତଳ ଖଡ଼ୁ ପିନ୍ଧନ୍ତି ଓ ଗୁଣାବସଣୀ ଆଦି ପିନ୍ଧନ୍ତି ନାହିଁ ମଲ୍ଲା—ସ୍ତ୍ରୀମାନେ ପିତଳ ଖଡ଼ୁ ପିନ୍ଧନ୍ତି ନାହିଁ ଓ ନାକରେ ଗୁଣାବସଣୀ ପିନ୍ଧନ୍ତି ମଲ୍ଲା ମାନଙ୍କର ଗୋତ୍ର ଭରଦ୍ୱାଜ ଓ ନାଗସ ମନୁସଂହିତା10ମ ଅଧ୍ୟାୟରେ ସଙ୍କର ଜାତିମାନଙ୍କ ମଧ୍ୟରେ ମଲ୍ଲ ନାମକ ଯେଉଁ ଜାତିର ଉଲ୍ଲେଖ ଅଛି ସେ ବ୍ରାତ୍ୟ କ୍ଷତ୍ରିୟଙ୍କଠାରୁ ଉତ୍ପନ୍ନ ବୋଲି ଲେଖାଅଛି (10/22), ମଲ୍ଲାମାନେ ସମ୍ଭବତଃ ଉକ୍ତ 'ମଲ୍ଲ'ଙ୍କ ବଂଶଧର ନୁହନ୍ତି ପକ୍ଷାନ୍ତରରେ ନୌକା ଚାଳନ ମଲ୍ଲର ମଲ୍ଲ କର୍ମ ଥିବାରୁ 'ମଲ୍ଲ' ଶବ୍ଦରୁ ଏହି ମଲ୍ଲା ଶବ୍ଦର ଉତ୍ପନ୍ନ ହେବାର ସମ୍ଭବ ମନୁ13/34ଅନୁସାରେ ନିଷାଦ (ମତ୍ସ୍ୟଜୀବୀ) ପୁରୁଷ କର୍ତ୍ତୃକ ଆୟୋଗବୀ (କାଷ୍ଠ ଛେଦକ ଓ ତକ୍ଷକ) ସ୍ତ୍ରୀ ଗର୍ଭରୁ ନୌକାକର୍ମଜୀବୀ ମାର୍ଗବ ଓ ଦାସ ଜାତି ବା କୈବର୍ତ୍ତ ଜାତି ଉତ୍ପନ୍ନ (ମନୁ10/48); କିନ୍ତୁ ମଲ୍ଲାମାନେ ମାଛ ନ ମାରିବା ଯୋଗୁଁ ସେମାନେ ମତ୍ସ୍ୟଜୀବୀ ପିତା ଔରସ ବୋଲି ବୋଲାଯାଇ ପାରୁ ନାହିଁ କେଉଁଟଙ୍କ ସନ୍ତକ ଜାଲ ବୁଣା କାଠି ବା ସଡ଼ିଙ୍ଗ; କିନ୍ତୁ ମଲ୍ଲାଙ୍କ ସନ୍ତକ ଡଙ୍ଗାର ମଙ୍ଗଧର ସମାଜରେ ମଲ୍ଲାମାନଙ୍କ ଆସନ କେଉଟମାନଙ୍କ ଅପେକ୍ଷା ଉଚ୍ଚ ଥିବାର ଦେଖାଯାଏ ଓ ମଧ୍ୟ ଶ୍ରେଣୀର ବ୍ରାହ୍ମଣମାନେ ମଲ୍ଲାଙ୍କର ପୁରୋହିତ ଓ ମନ୍ତ୍ରଗୁରୁ ଥିବାର ଦେଖାଯାଏ; କିନ୍ତୁ କେଉଟଙ୍କ ମନ୍ତ୍ରଗୁରୁ କେଉଟ ଜାତୀୟ ବୈଷ୍ଣବ ଓ ପୁରୋହିତ ମଢ଼ିଆ ପଣ୍ଡା ଶ୍ରେଣୀର ବ୍ରାହ୍ମଣ ଅଟନ୍ତି ଜଗନ୍ନାଥ, ଲିଙ୍ଗରାଜ ଓ ସାରଳା ଆଦିଙ୍କ ଚନ୍ଦନ ଯାତ୍ରାରେ ସନନ୍ଦଦ୍ୱାରା ଚାପ ବୁହାଇବା ଅଧିକାର ମଲ୍ଲାମାନଙ୍କରେ ଅଛି; କିନ୍ତୁ କେଉଟମାନଙ୍କର ଏପରି ସନନ୍ଦ ନାହିଁ ଜଗନ୍ନାଥଙ୍କ ମନ୍ଦିରର ବାଇଶିପାହାଚରେ ଯେଉଁ ପାହାଚଟି (3ୟ ବା4ର୍ଥ) ମାଙ୍କଡ଼ା ପଥରରେ ତିଆରି ସେ ପାହାଚରେ ମଲ୍ଲାମାନଙ୍କର କୌଳିକ ଅଧିକାର ଥିବାର ଦେଖାଯଏ ପୁରୀ ଗୁଣ୍ଡଚା ଘର ପାଖେ 'ମଲ୍ଲେଇମଠ' ନାମରେ ଗୋଟିଏ ମଠ ଏମାନଙ୍କର ଅଛି ଓ ସେଥିରେ ଥିବା ମଲ୍ଲା ଜାତିର ବୈଷ୍ଣବଙ୍କ ପାଇଁ ପୂର୍ବେ ଜଗନ୍ନାଥ ମନ୍ଦିରରୁ ଅଭଡ଼ା ଖଞ୍ଜାଥିଲା ବୋଲି ବୁଢ଼ାମାନେ କହନ୍ତି]