ମରହଟ୍ଟା ଯୁଦ୍ଧ Marahaṭṭṭāj̄uddha
- ଦେ. ବି — ଇଂରାଜମାନଙ୍କ ସଙ୍ଗେ ଶିବାଜୀଙ୍କ ପରବର୍ତ୍ତୀ ମହାରାଷ୍ଟ୍ରୀୟ ରାଜାମାନଙ୍କ ଯୁଦ୍ଧ — The Marthatta Wars; wars between the English and the Marhattas in India
- ଦେ. ବି — [ଦ୍ର—ଇଂରାଜଙ୍କ ସଙ୍ଗେ ମରହଟାମାନଙ୍କର ତିନି ଥର ଯୁଦ୍ଧ ହୋଇଥିଲା। ପ୍ରତି ଥର ମରହଟ୍ଟାମାନେ ପରାସ୍ତ ହୋଇ ଇଂରାଜୀଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିଥିଲେ। ପ୍ରଥମବାର ମରହଟ୍ଟା ଯୁଦ୍ଧ ୱାରେନ୍ହେଷ୍ଟିଙ୍ଗ୍ସ୍ଙ୍କ ସମୟରେ ଖ୍ରୀ 1779 ଠାରୁ 1781 ମଧ୍ୟରେ ହୋଇଥିଲା; ପ୍ରଥମେ ଇଂରାଜ ସେନା ପରାସ୍ତ ହୋଇଥିଲେ, କିନ୍ତୁ ଶେଷରେ ଇଂରାଜମାନେ ଜୟୀ ହେଲେ ଓ ସାଲବାଇ ଠାରେ ମରହଟ୍ଟା ଓ ଇଂରାଜଙ୍କ ମଧ୍ୟରେ ସନ୍ଧି ହେଲା। 2 ୟ ମରହଟ୍ଟା ଯୁଦ୍ଧ ଖ୍ରୀ. 1803 ରେ ହୋଇଥିଲା; ଏଥିରେ ଇଂରାଜମାନେ ଜୟୀ ହେଲେ ଓ ମରହଟ୍ଟାମାନେ ଇଂରାଜମାନଙ୍କ ସଙ୍ଗେ ଦେଓଗାଁ ଠାରେ ସନ୍ଧି କଲେ। ଖ୍ରୀ 1817 ରେ 3 ୟ ମରହଟ୍ଟା ଯୁଦ୍ଧ ହୋଇଥିଲା ଏଥିରେ ମରହଟ୍ଟାମାନେ ପରାସ୍ତ ହେଲେ ଓ ପୁନାରେ ସ୍ୱାକ୍ଷରିତ ସନ୍ଧି ଫଳରେ ପେଶବାଙ୍କ ରାଜ୍ୟ ଇଂରାଜଙ୍କ ଶାସନାଧୀନ ହେଲା। ଏ 3 ଟି ମରହଟ୍ଟା ଯୁଦ୍ଧର ଫଳରେ ଶିବାଜୀଙ୍କ ପରେ ପ୍ରତିଷ୍ଠିତ ପୁନାର ପେଶବା, ଗୋଆଲିଆରର ସିନ୍ଧିଆ, ଇନ୍ଦୋରର ହୋଲକାର, ନାଗରପୁରର ଭୋଁସ୍ଳା ରାଜାମାନେ ଇଂରାଜ ସରକାରଙ୍କ ଅଧୀନତା ସ୍ୱୀକାର କଲେ ଓ ଅନେକଗୁଡ଼ିଏ ମରହଟ୍ଟା ରାଜ୍ୟ ଇଂରାଜଙ୍କ ଖାସ୍ ହସ୍ତବୁଦୀ ହେଲା।] — [ଦ୍ର—ଇଂରାଜଙ୍କ ସଙ୍ଗେ ମରହଟାମାନଙ୍କର ତିନି ଥର ଯୁଦ୍ଧ ହୋଇଥିଲା ପ୍ରତି ଥର ମରହଟ୍ଟାମାନେ ପରାସ୍ତ ହୋଇ ଇଂରାଜୀଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିଥିଲେ ପ୍ରଥମବାର ମରହଟ୍ଟା ଯୁଦ୍ଧ ୱାରେନ୍ହେଷ୍ଟିଙ୍ଗ୍ସ୍ଙ୍କ ସମୟରେ ଖ୍ରୀ1779ଠାରୁ1781ମଧ୍ୟରେ ହୋଇଥିଲା; ପ୍ରଥମେ ଇଂରାଜ ସେନା ପରାସ୍ତ ହୋଇଥିଲେ, କିନ୍ତୁ ଶେଷରେ ଇଂରାଜମାନେ ଜୟୀ ହେଲେ ଓ ସାଲବାଇ ଠାରେ ମରହଟ୍ଟା ଓ ଇଂରାଜଙ୍କ ମଧ୍ୟରେ ସନ୍ଧି ହେଲା2ୟ ମରହଟ୍ଟା ଯୁଦ୍ଧ ଖ୍ରୀ.1803ରେ ହୋଇଥିଲା; ଏଥିରେ ଇଂରାଜମାନେ ଜୟୀ ହେଲେ ଓ ମରହଟ୍ଟାମାନେ ଇଂରାଜମାନଙ୍କ ସଙ୍ଗେ ଦେଓଗାଁ ଠାରେ ସନ୍ଧି କଲେ ଖ୍ରୀ1817ରେ3ୟ ମରହଟ୍ଟା ଯୁଦ୍ଧ ହୋଇଥିଲା ଏଥିରେ ମରହଟ୍ଟାମାନେ ପରାସ୍ତ ହେଲେ ଓ ପୁନାରେ ସ୍ୱାକ୍ଷରିତ ସନ୍ଧି ଫଳରେ ପେଶବାଙ୍କ ରାଜ୍ୟ ଇଂରାଜଙ୍କ ଶାସନାଧୀନ ହେଲା ଏ3ଟି ମରହଟ୍ଟା ଯୁଦ୍ଧର ଫଳରେ ଶିବାଜୀଙ୍କ ପରେ ପ୍ରତିଷ୍ଠିତ ପୁନାର ପେଶବା, ଗୋଆଲିଆରର ସିନ୍ଧିଆ, ଇନ୍ଦୋରର ହୋଲକାର, ନାଗରପୁରର ଭୋଁସ୍ଳା ରାଜାମାନେ ଇଂରାଜ ସରକାରଙ୍କ ଅଧୀନତା ସ୍ୱୀକାର କଲେ ଓ ଅନେକଗୁଡ଼ିଏ ମରହଟ୍ଟା ରାଜ୍ୟ ଇଂରାଜଙ୍କ ଖାସ୍ ହସ୍ତବୁଦୀ ହେଲା]