ମରମ Marama

  • ଦେ. ବି. ପଦ୍ଯ (ସଂ. ମର୍ମ) — ଶରୀରର ମର୍ମ ସ୍ଥାନ ବା ସନ୍ଧି; ଶରୀରର ଜୀବସ୍ଥାନ (ଅର୍ଥାତ ଯେଉଁ ସ୍ଥାନରେ ସାମାନ୍ୟ ଆଘାତ ଲାଗିଲେ ମୃତ୍ୟୁ ଅଟେ) — A vital part of the body; a vital organ of the body
  • ଦେ. ବି. ପଦ୍ଯ (ସଂ. ମର୍ମ) — [ଉ—ମରମରେ ପଶି ଦରମରା କରେ ସରସ ସ୍ପରଶ ନୋହି। କବିସୂର୍ଯ୍ୟ. ସଙ୍ଗୀତ।]
  • ଦେ. ବି. ପଦ୍ଯ (ସଂ. ମର୍ମ) — ହୃଦୟ; ଅନ୍ତର — Heart; the quick
  • ଦେ. ବି. ପଦ୍ଯ (ସଂ. ମର୍ମ) — [ଉ—ପ୍ରେମ ଗୀତି ବାଜେ ବାମା ମରମେ। ନନ୍ଦକିଶୋର; ନିର୍ଝରିଣୀ।]
  • ଦେ. ବି. ପଦ୍ଯ (ସଂ. ମର୍ମ) — ମନୁଷ୍ୟର ଆନ୍ତରିକ ଉଦ୍ଦେଶ୍ୟ; ମର୍ମ କଥା; ଅନ୍ତରର କଥା — One's internal desire
  • ଦେ. ବି. ପଦ୍ଯ (ସଂ. ମର୍ମ) — ଅପ୍ରକାଶ୍ୟ ବିଷୟ; ଗୁପ୍ତକଥା; ରହସ୍ୟ — A secret; a mystery
  • ଦେ. ବି. ପଦ୍ଯ (ସଂ. ମର୍ମ) — (ଉ—ସବୁ କହିବ ମରମ କଥା କହିବ ନାହିଁ—ଢଗ)
  • ଦେ. ବି. ପଦ୍ଯ (ସଂ. ମର୍ମ) — ବୀଜ; ଭେଦ; କୌଣସି ସମସ୍ୟା ସାଧନର ଗୁପ୍ତମନ୍ତ୍ର; ଗୂଢ଼ ରହସ୍ୟ — The key to a problem
  • ଦେ. ବି. ପଦ୍ଯ (ସଂ. ମର୍ମ) — ଗୁପ୍ତ ଉଦ୍ଦେଶ୍ୟ — Hidden purpose
  • ଦେ. ବି. ପଦ୍ଯ (ସଂ. ମର୍ମ) — କୌଣସି କଥାର ଗୁପ୍ତ ଅର୍ଥ — The secret meaning of a passage or expression
  • ଦେ. ବି. ପଦ୍ଯ (ସଂ. ମର୍ମ) — ତାତ୍ପର୍ଯ୍ଯ — Gist; drift; purport
  • ଦେ. ବି. ପଦ୍ଯ (ସଂ. ମର୍ମ) — ଉପସ୍ଥ — Male or female organ