ମନ୍ଦୋଦରୀ Mandodarī
- ସଂ. ବିଣ. ସ୍ତ୍ରୀ (ମନ୍ଦ=କୃଶ ଅଟେ ଉଦର ଯାହାର; ବହୁବ୍ରୀହି; ମନ୍ଦ+ଉଦର+ସ୍ତ୍ରୀ. ଈ) — କୃଶୋଦରୀ — (a woman) Having a thin or slender belly
- ସଂ. ବିଣ. ସ୍ତ୍ରୀ (ମନ୍ଦ=କୃଶ ଅଟେ ଉଦର ଯାହାର; ବହୁବ୍ରୀହି; ମନ୍ଦ+ଉଦର+ସ୍ତ୍ରୀ. ଈ) — [ଦ୍ର—ମନ୍ଦୋଦର ସୁନ୍ଦରୀ ସ୍ତ୍ରୀମାନଙ୍କର ସୁଲକ୍ଷଣ ରୂପେ ଗଣ୍ୟ।]
- ସଂ. ବି. ସ୍ତ୍ରୀ — ମୟଦାନବର ଔରସରେ ହେମା ନାମ୍ନୀ ଅପ୍ସରା ଗର୍ଭଜାତା କନ୍ଯା ଓ ରାବଣର ପ୍ରଧାନ ମହିଷୀ — The chief queen of Rābaṇa and daughter of Maya dānaba
- ସଂ. ବି. ସ୍ତ୍ରୀ — [ଦ୍ର—ଏ ମେଘନାଦ (ଇନ୍ଦ୍ରଜିତ) ଓ ଅକ୍ଷୟକୁମାର ଆଦିଙ୍କ ମାତା। ରାବଣର ମୃତ୍ୟୁ ପରେ ରାମଚନ୍ଦ୍ରଙ୍କ ଅନୁରୋଧରେ ଏ ବିଭୀଷଣଙ୍କୁ ବିବାହ କରିଥିଲେ। ଅହଲ୍ୟା, ଦ୍ରୌପଦୀ, କୁନ୍ତୀ ଓ ତାରାଙ୍କ ସଙ୍ଗେ ଏ ଜଣେ ସତୀ ବା କନ୍ଯା ବୋଲି ଲେଖା ଅଛି। ପ୍ରତିଦିନ ସକାଳେ ପଞ୍ଚସତୀ ବା ପଞ୍ଚକନ୍ୟାଙ୍କ ନାମ ସ୍ମରଣ କଲେ ମହାପାତକ ନାଶ ହୁଏ।
- ସଂ. ବି. ସ୍ତ୍ରୀ — ମୁନ୍ଦୁରା; ହେଁସ — A reed mat