ମନ୍ଦାକ୍ଷ Mandāksha
- ସଂ. ବି (ବହୁବ୍ରୀହି; ମନ୍ଦ=ସଙ୍କୁଚିତ ହୁଏ ଅକ୍ଷି=ଆଖି ଯାହା ଯୋଗୁଁ; ମନ୍ଦ+ଅକ୍ଷି+ଅ) — ଲଜ୍ଜା; ତ୍ରପା — Modesty; shyness; shame; bashfulness
- ସଂ. ବି (ବହୁବ୍ରୀହି; ମନ୍ଦ=ସଙ୍କୁଚିତ ହୁଏ ଅକ୍ଷି=ଆଖି ଯାହା ଯୋଗୁଁ; ମନ୍ଦ+ଅକ୍ଷି+ଅ) — (କର୍ମଧା; ମନ୍ଦ+ଅକ୍ଷି)—ସଙ୍କୁଚିତ ନେତ୍ର — Contracted eyes
- ସଂ. ବି (ବହୁବ୍ରୀହି; ମନ୍ଦ=ସଙ୍କୁଚିତ ହୁଏ ଅକ୍ଷି=ଆଖି ଯାହା ଯୋଗୁଁ; ମନ୍ଦ+ଅକ୍ଷି+ଅ) — [ଉ—ମନ୍ଦାକ୍ଷରେ କାହା ମୁଖ ଚାହିଁବୁ ନାହିଁ, ଧୀଆନରେ ତା ପରା ଅବା ରସିବୁ କାହିଁ— ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।]
- ସଂ. ବିଣ. ପୁଂ — ଯାହାର ନେତ୍ର ସଙ୍କୁଚିତ — Having contracted eyes
- ସଂ. ବିଣ. ପୁଂ — ଯାହା ଆଖି ଛୋଟ — Samll. eyed
- ସଂ. ବିଣ. ପୁଂ — ଟେରା — Squint-eyed
- ସଂ. ବିଣ. ପୁଂ — ଯାହାର ଦୃଷ୍ଟି ଶକ୍ତି କମ୍ — Weak-eyed (Apte)