ମନ୍ଥରା Mantharā
- ସଂ. ବି. ସ୍ତ୍ରୀ (ମନ୍ଥର+ଆ) — ମନ୍ଥନ ଦଣ୍ଡ — Churning stick
- ସଂ. ବି. ସ୍ତ୍ରୀ (ମନ୍ଥର+ଆ) — କୈକେୟୀଙ୍କର କୁବ୍ଜା ଦାସୀ — Name of a hunch-backed maid of queen ka̲i̱keyī
- ସଂ. ବି. ସ୍ତ୍ରୀ (ମନ୍ଥର+ଆ) — [ଦ୍ର—ଏହାର ମନ୍ତ୍ରଣାଦ୍ୱାରା ଚାଳିତା ହୋଇ ରାମଚନ୍ଦ୍ରଙ୍କ ଯୌବନରାଜ୍ୟାଭିଷେକର ପ୍ରାକ୍କାଳରେ କୈକେୟୀ ଦଶରଥଙ୍କୁ ପୂର୍ବପ୍ରତିଶ୍ରୂତ ବରଦ୍ୱୟର ପୂରଣାର୍ଥ ରାମଚନ୍ଦ୍ରଙ୍କର ବନବାସ ଓ ସ୍ୱୀୟ ପୁତ୍ର ଭରତଙ୍କର ରାଜ୍ୟାଭିଷେକ ପ୍ରାର୍ଥନା କରିଥିଲେ।]
- ଦେ. ବି — ପ୍ରାଚୀନ ଜଳଯାନ ବିଶେଷ — A kind of ancient boat or vessel
- ଦେ. ବି — (ଜଗବନ୍ଧୁ. ପ୍ରାଚୀନ. ଉତ୍କଳ)।