ମଦ Mada
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ହର୍ଷଜନିତ ସମ୍ମୋହ — Paroxysm of joy; intoxication due to excess of joy
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ଅତ୍ୟନ୍ତ ହର୍ଷ; ଆନନ୍ଦ — Joy; delight
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ମଦିରାଦିଜନିତ ମନୋବିକାର; ମତ୍ତତା — Intoxication due to wine
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ଉନ୍ମତ୍ତତା; ଉନ୍ମାଦ; ପାଗଳାମି — Madness
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ଅହଙ୍କାର; ଗର୍ବ — Pride; arrogance; conceit;
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ ଯଥା—ଧନମଦ, ରୂପମଦ ଇତ୍ୟାଦି।]
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — (+କରଣ ଅ) ମଦ୍ୟ; ମଦିରା; ସୁରା — Wine; spirits
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — [ଦ୍ର—ବିଭିନ୍ନ ଦେଶରେ ବ୍ଯବହୃତ ମଦର ବିଭିନ୍ନ ନାମ ଅଛି ଯଥା— ଦେଶୀ ମଦ, ବିଲାତି ମଦ, ଫ୍ରେଞ୍ଚମଦ ଇତ୍ୟାଦି। ଭିନ୍ନ ଭିନ୍ନ ପଦାର୍ଥରୁ ବା ପ୍ରକ୍ରିୟାରେ ଉତ୍ପନ୍ନ ମଦର ଭିନ୍ନ ଭିନ୍ନ ନାମ ଅଛି। ଯଥା—ଖଜୁରିମଦ, ଅରଖି ମଦ, ଧାନୁଆ ମଦ (ଚାଉଳ ମଦ), ହାଣ୍ଡିଆମଦ ଇତ୍ୟାଦି। ଖଜୁରି, ତାଳ, ନଡ଼ିଆ ଆଦି ଗଛରୁ ସଦ୍ୟ ଆମଦାନୀ ରସକୁ ସଜମଦ ଓ ତାହା ବାସି ହୋଇଗଲେ ତାକୁ ବାସିମଦ କହନ୍ତି।
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ମୃଗମଦ; କସ୍ତୁରୀ — Musk
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ବୀର୍ଯ୍ଯ; ରେତଃ — Semen; virile
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ମତ୍ତହସ୍ତୀର ଗଣ୍ଡସ୍ଥଳରୁ ନିଃସୃତ ଉତ୍କଟ ଗନ୍ଧଯୁକ୍ତ ରସ — A strong-smelling juice flowing from the openings in the temples of a male elephant in rut
- ସଂ. ବି (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ) — ଉନ୍ମାଦ ରୋଗ (ହି.ଶ) — Mania