ମଥା ଛୁଇଁବା Mathā chhuiñbā
- ଦେ. କ୍ରି (ସଂ. ମସ୍ତକ+ସ୍ପୃଶ୍ ଧାତୁ) — ଶପଥ କରିବା; ନିଜର ବା ଅନ୍ୟର (ଗୁରୁଜନଙ୍କର ବା ଆତ୍ମୀୟଙ୍କର) ମୁଣ୍ଡରେ ହାତ ଦେଇ ଶପଥ କରିବା — To take a special oath by touching one's own head or the head of one's dear and near ones
- ଦେ. କ୍ରି (ସଂ. ମସ୍ତକ+ସ୍ପୃଶ୍ ଧାତୁ) — [ଉ—କଥାକୁ ଶାଶୁଙ୍କ ମଥାକୁ ଛୁଅଇଁ ଏପରି ସାହସ ଗୋ। କବିସୂର୍ଯ୍ୟ. ସଙ୍ଗୀତ।]