ମଣ୍ଡୂକପର୍ଣ୍ଣୀ Maṇḍūkaparṇṇī

  • ସଂ. ବି — ହାତୀଖୋଜିଆ ଗୁଳ୍ମ; ଧାନ୍ୟାଦିବର୍ଗର ବନ୍ୟ— ଶାକବିଶେଷ; ଥାଲକୁଣୀ ଗଛ — Hydrocotyle Asiatica; the Asiatic pennywort (Kirtikkar)
  • ସଂ. ବି — [ଦ୍ର— ଏହାର ପତ୍ର ବେଙ୍ଗ ପିଠିର ଆକୃତି ବିଶିଷ୍ଟ। ଏହି ପତ୍ରର ବାହ୍ୟ ପ୍ରୟୋଗରେ କୁଷ୍ଠ, ଉପଦଂଶ, ନଳୀ ଘା ଓ ଚର୍ମରୋଗ ଆରୋଗ୍ୟ ହୁଏ। ବୈଦ୍ୟଶାସ୍ତ୍ର ମତରେ ଏହା କୁଷ୍ଠ, ପାଣ୍ଡୂ, ମେହ ରକ୍ତଦୋଷ, କାସ, ବିଷଦୋଷ, ଶୋଥ ଓ ଜ୍ୱର ନାଶକ। ଏହା ଆୟୁଷ୍କର, ମେଧା— ଜନକ, ରସାୟନ, ସ୍ୱରବର୍ଦ୍ଧକ ଓ ସ୍ମୃତିପ୍ରଦ। ପରୀକ୍ଷା ଦ୍ୱାରା ଦେଖା ଯାଇଅଛି ଯେ ଏ ପତ୍ରର ରସ ଏକ ତୋଳା ଲେଖାଏଁ ପ୍ରତ୍ୟହ ଖାଇଲେ ଆୟୁର୍ବୃଦ୍ଧି ହୁଏ। ଜଣେ ଚୀନ ଦେଶବାସୀ ଏହା ବ୍ଯବହାର କରି ଶତାଧିକ ବର୍ଷ ବଞ୍ଚିଥିବାର ଦେଖା ଯାଇଅଛି।]
  • ସଂ. ବି — ମଞ୍ଜିଷ୍ଠା (ହି. ଶ.) — Indian madder
  • ସଂ. ବି — ବ୍ରାହ୍ମୀଶାଗ (ହି. ଶ.) (ଦେଖ) — Brāhmī (See)