ମଣ୍ଡିବା Maṇḍibā
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — ଅଳଂକୃତ କରିବା; ଭୂଷିତ କରିବା — To adorn; to decorate
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — (ଉ—ଚନ୍ଦନ ଫୁଲେ ମଣ୍ଡିଥାଉ ନିଜ ଗାତ୍ର। କୃଷ୍ଣସିଂହ. ମହାଭାରତ. ସଭା।)
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — ସଜାଇବା; ସଜ୍ଜିତ କରିବା — To equip
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — ଶୋଭା ବଢ଼ାଇବା; ସୌନ୍ଦର୍ଯ୍ଯ ବୃଦ୍ଧିର ଉପାୟ କରିବା — To enhance the beauty or charm of a thing
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — (ଉ—ଯଥାକାଳେ ଅଙ୍ଗମଣ୍ଡିଲା ଅଭିନବ ଯୌବନ। ରାଧାନାଥ. ଚନ୍ଦ୍ରଭାଗା।)
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — ନିଜେ ପିନ୍ଧିବା — To wear, to put on
- ଦେ. କ୍ରି (ସଂ. ମଣ୍ଡ୍ ଧାତୁ) — (ଉ— ଲୋପମୁଦ୍ରା ତା ଦେଖି ସ୍ନାନଦାନ କଲେ, ଶୁଭ ମୁହୂର୍ତ୍ତେ ସେ ମଣ୍ଡନ ମଣ୍ଡିଲେ। କୃଷ୍ଣସିଂହ. ମହାଭାରତ. ବନ।)