ମଣି Maṇi

  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ରତ୍ନ; ବହୁମୂଲ୍ୟ ଦୀପ୍ତିଶାଳୀ ପ୍ରସ୍ତର — Precious stone; gem
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — [ଦ୍ର—ମଣି ଅନେକ ପ୍ରକାରର ଅଛି। ଯଥା—ହୀରା, ନୀଳା, ମୋତି ବା ମୁକ୍ତା, ମାଣିକ୍ୟ, ପଦ୍ମରାଗ, ସୂର୍ଯ୍ୟକାନ୍ତ, ଚନ୍ଦ୍ରକାନ୍ତ ଇତ୍ୟାଦି। ରତ୍ନ ତଳେ ଟୀକା ଦେଖ।]
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ମୁକ୍ତା — Pearl
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ସାପର ମୁଣ୍ଡରେ ଥିବା ଉଜ୍ଜ୍ୱଳ ରତ୍ନ ସଦୃଶ ବସ୍ତୁ — A gem found in the head of a serpent
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — [ଦ୍ର—ନୂଆ ହୋଇ ଧରା ହୋଇଥିବା ଗୋଖର ସାପର ଫଣା ନିକଟସ୍ଥ ମସ୍ତକାଂଶରୁ କେଳାମାନେ ସୋରିଷ ବା ମାଣ୍ଡିଆ ପରି ଦୁଇଟି ଈଷତ୍ ହଳଦିଆ ମଣି ବାହାର କରିବାର ଦେଖା ଯାଇଅଛି, କିନ୍ତୁ ପୁରାଣ ଆଦିରେ ସର୍ପମୁଣ୍ଡରେ ଯେଉଁ ମଣି ଥିବାର କଥିତ ଓ ତାହା ସାପମୁଣ୍ଡରେ ଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳକୁ ତହିଁର ପ୍ରଭାଦ୍ୱାରା ଆଲୋକିତ କରେ ବୋଲି ଲେଖାଅଛି। ସେପରି ଆଲୋକମୟ ମଣି ସଚରାଚର ସର୍ପମାନଙ୍କ ମସ୍ତକରେ ଦେଖାଯାଏ ନାହିଁ।]
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ଚୂଡ଼ାଗ୍ର — The top of the head
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ଅଜାଗଳ ସ୍ତନ — The false nipple hanging down a goat's neck
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ଅକାଳେ ଉଦିତ ଇନ୍ଦ୍ରଧନୁ — A rainbow appearing of out time
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ହାତଗଣ୍ଠି; ମଣିବନ୍ଧ — The wrist
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ଲିଙ୍ଗାଗ୍ର; ସୁପାରି — The top of the penis
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ସ୍ତ୍ରୀ ଯୋନିର ନାସିକାକୃତି ଅଗ୍ରଭାଗ; ସେଣ୍ଟି — The clitoris of the female organ
  • ସଂ. ବି (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଈ) — ଅଳିଞ୍ଜର; ଜଳପାତ୍ର; ଜାହାଲା — A water-jar