ମଣି କର୍ଣ୍ଣିକା Maṇi karṇṇikā
- ସଂ. ବି—(ମଣି+କର୍ଣ୍ଣିକା=କର୍ଣ୍ଣଭୂଷଣ) — ମଣିମୟ କର୍ଣ୍ଣଭୂଷଣ — An earring set with gems
- ସଂ. ବି—(ମଣି+କର୍ଣ୍ଣିକା=କର୍ଣ୍ଣଭୂଷଣ) — କାଶୀସ୍ଥ ତୀର୍ଥସ୍ଥାନ ଓ ଗଙ୍ଗା ନଦୀର ଗୋଟିଏ ଘାଟ — Name of a sacred place and bathing ghat of the Ganges in Kāsī (Benares)
- ସଂ. ବି—(ମଣି+କର୍ଣ୍ଣିକା=କର୍ଣ୍ଣଭୂଷଣ) — [ଦ୍ର—ଏହି ସ୍ଥାନରେ ଶିବଙ୍କ ମଣିମୟ କର୍ଣ୍ଣଭୂଷଣ ଖସି ପଡ଼ିଥିବାରୁ ଏହି ନାମକରଣ ହୋଇଅଛି। କାଶୀଖଣ୍ଡରେ ବର୍ଣ୍ଣିତ ହୋଇଅଛି ଯେ ଚିନ୍ତାମଣି ମହାଦେବ ଏହି ସ୍ଥାନରେ ମୁମୂର୍ଷୁ ସାଧୁପୁରୁଷ— ମାନଙ୍କ କର୍ଣ୍ଣରେ ତାରକ ବ୍ରହ୍ମନାମ ଦେଇ ସେମାନଙ୍କୁ ଉଦ୍ଧାର କରନ୍ତି ବୋଲି ଏହିପରି ନାମକରଣ ହୋଇଅଛି। ଏହି ତୀର୍ଥ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଦ୍ୱାରା ନିଖାତ ହୋଇ ଥିବାରୁ ଚକ୍ର ପୁଷ୍କରିଣୀ ନାମରେ ଖ୍ୟାତ। ଏଠାରେ ମଣିକର୍ଣ୍ଣିକେଶ୍ୱର ଶିବମନ୍ଦିର ଓ ବିଷ୍ଣୁଙ୍କ ପାଦୁକା ଅଛି। ଏହି ମଣିକର୍ଣ୍ଣିକା ଘାଟ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ। ଏଠାରେ ଥିବା ଶ୍ମଶାନର ଅଗ୍ନି ପ୍ରାୟ ଲିଭେ ନାହିଁ; ଏହି ଶ୍ମଶାନରେ ଦାହ ହେବା ନିମନ୍ତେ 40/50 କ୍ରୋଶ ଦୂରରୁ ଲୋକେ ଶବମାନ ଏଠାକୁ ବହି ଆଣନ୍ତି; ଦିବା ରାତ୍ରି ଶବବାହୀ ଲୋକଙ୍କର ସ୍ରୋତ ଏଠାରେ ଲାଗିଥାଏ। କାଶୀରେ ମୃତ ହୋଇ ଏହି ଘଟରେ ମୃତ ବ୍ଯକ୍ତିର ଶବ ଦାହ ହେଲେ ମୁକ୍ତିଲାଭ ହୁଏ, ଏହି ବିଶ୍ୱାସରେ ବହୁଶତ ହିନ୍ଦୁ ମୃତ୍ୟୁର ପ୍ରତୀକ୍ଷାରେ ଏହି ତୀର୍ଥ ନିକଟରେ କାଶୀବାସ କରନ୍ତି। ମୃତ୍ୟୁ ପୂର୍ବରୁ ମଧ୍ୟ ଅନେକ ମୁମୂର୍ଷୁ ବ୍ଯକ୍ତିଙ୍କୁ ଏଠାକୁ ଅଣା ଯାଇଥାଏ। ଏହି ଘାଟକୁ ଯେଉଁ ରାସ୍ତା ଦେଇ ଯିବାକୁ ହୁଏ, ସେହି ରାସ୍ତା ପ୍ରାୟ ଦିବାରାତ୍ର ଶବ— ବାହୀମାନଙ୍କର 'ରାମ ନାମ ସତ୍ୟ ହେ' ଧ୍ୱନିରେ ମୁଖରିତ ହେଉଥାଏ। ଏହି ଶ୍ମଶାନ ଉପର୍ଯ୍ଯୁପରି ତଳ(ମହଲା) ଯୁକ୍ତ ହୋଇ ଏପରି ନିର୍ମିତ ହୋଇ ଅଛି ଯେ, ଗଙ୍ଗା ନଦୀର ଜଳ ବଢ଼ିଗଲେ କିମ୍ବା କମିଲେ ସେହି ଜଳକୁ ଲାଗିଥିବା ମହଲାରେ ଶବଦାହ କରାଯାଏ ଓ ଶବଦାହ ପରେ ଚିତା— ଭସ୍ମକୁ ଗଙ୍ଗାଜଳଦ୍ୱାରା ଧୌତ କରି ସେ ସ୍ଥାନ ପରିଷ୍କୃତ କରାଯାଇ ସେହି ସ୍ଥାନରେ ଅନ୍ଯ ଶବଦାହ କରାଯାଏ। ଏହି ଘାଟରେ ସ୍ନାନ କରି ପିତୃଲୋକଙ୍କୁ ପିଣ୍ଡ ଦେବା ନିମନ୍ତେ ପ୍ରତ୍ୟହ ଲକ୍ଷ ଲକ୍ଷ ଯାତ୍ରୀ ଏଠାରେ ରୁଣ୍ଡ ହୁଅନ୍ତି।] — [ଦ୍ର—ଏହି ସ୍ଥାନରେ ଶିବଙ୍କ ମଣିମୟ କର୍ଣ୍ଣଭୂଷଣ ଖସି ପଡ଼ିଥିବାରୁ ଏହି ନାମକରଣ ହୋଇଅଛି କାଶୀଖଣ୍ଡରେ ବର୍ଣ୍ଣିତ ହୋଇଅଛି ଯେ ଚିନ୍ତାମଣି ମହାଦେବ ଏହି ସ୍ଥାନରେ ମୁମୂର୍ଷୁ ସାଧୁପୁରୁଷ— ମାନଙ୍କ କର୍ଣ୍ଣରେ ତାରକ ବ୍ରହ୍ମନାମ ଦେଇ ସେମାନଙ୍କୁ ଉଦ୍ଧାର କରନ୍ତି ବୋଲି ଏହିପରି ନାମକରଣ ହୋଇଅଛି ଏହି ତୀର୍ଥ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଦ୍ୱାରା ନିଖାତ ହୋଇ ଥିବାରୁ ଚକ୍ର ପୁଷ୍କରିଣୀ ନାମରେ ଖ୍ୟାତ ଏଠାରେ ମଣିକର୍ଣ୍ଣିକେଶ୍ୱର ଶିବମନ୍ଦିର ଓ ବିଷ୍ଣୁଙ୍କ ପାଦୁକା ଅଛି ଏହି ମଣିକର୍ଣ୍ଣିକା ଘାଟ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ ଏଠାରେ ଥିବା ଶ୍ମଶାନର ଅଗ୍ନି ପ୍ରାୟ ଲିଭେ ନାହିଁ; ଏହି ଶ୍ମଶାନରେ ଦାହ ହେବା ନିମନ୍ତେ40/50କ୍ରୋଶ ଦୂରରୁ ଲୋକେ ଶବମାନ ଏଠାକୁ ବହି ଆଣନ୍ତି; ଦିବା ରାତ୍ରି ଶବବାହୀ ଲୋକଙ୍କର ସ୍ରୋତ ଏଠାରେ ଲାଗିଥାଏ କାଶୀରେ ମୃତ ହୋଇ ଏହି ଘଟରେ ମୃତ ବ୍ଯକ୍ତିର ଶବ ଦାହ ହେଲେ ମୁକ୍ତିଲାଭ ହୁଏ, ଏହି ବିଶ୍ୱାସରେ ବହୁଶତ ହିନ୍ଦୁ ମୃତ୍ୟୁର ପ୍ରତୀକ୍ଷାରେ ଏହି ତୀର୍ଥ ନିକଟରେ କାଶୀବାସ କରନ୍ତି ମୃତ୍ୟୁ ପୂର୍ବରୁ ମଧ୍ୟ ଅନେକ ମୁମୂର୍ଷୁ ବ୍ଯକ୍ତିଙ୍କୁ ଏଠାକୁ ଅଣା ଯାଇଥାଏ ଏହି ଘାଟକୁ ଯେଉଁ ରାସ୍ତା ଦେଇ ଯିବାକୁ ହୁଏ, ସେହି ରାସ୍ତା ପ୍ରାୟ ଦିବାରାତ୍ର ଶବ— ବାହୀମାନଙ୍କର 'ରାମ ନାମ ସତ୍ୟ ହେ' ଧ୍ୱନିରେ ମୁଖରିତ ହେଉଥାଏ ଏହି ଶ୍ମଶାନ ଉପର୍ଯ୍ଯୁପରି ତଳ(ମହଲା) ଯୁକ୍ତ ହୋଇ ଏପରି ନିର୍ମିତ ହୋଇ ଅଛି ଯେ, ଗଙ୍ଗା ନଦୀର ଜଳ ବଢ଼ିଗଲେ କିମ୍ବା କମିଲେ ସେହି ଜଳକୁ ଲାଗିଥିବା ମହଲାରେ ଶବଦାହ କରାଯାଏ ଓ ଶବଦାହ ପରେ ଚିତା— ଭସ୍ମକୁ ଗଙ୍ଗାଜଳଦ୍ୱାରା ଧୌତ କରି ସେ ସ୍ଥାନ ପରିଷ୍କୃତ କରାଯାଇ ସେହି ସ୍ଥାନରେ ଅନ୍ଯ ଶବଦାହ କରାଯାଏ ଏହି ଘାଟରେ ସ୍ନାନ କରି ପିତୃଲୋକଙ୍କୁ ପିଣ୍ଡ ଦେବା ନିମନ୍ତେ ପ୍ରତ୍ୟହ ଲକ୍ଷ ଲକ୍ଷ ଯାତ୍ରୀ ଏଠାରେ ରୁଣ୍ଡ ହୁଅନ୍ତି]