ମଝିମଝିକା Majhi majhikā
- ଦେ. ବିଣ— (ସହଚର ଶବ୍ଦ) — ମଧ୍ୟଭାଗ ସ୍ଥିତ — Situated in the middle; intermediate
- ଦେ. ବିଣ— (ସହଚର ଶବ୍ଦ) — ଯେ ଦୁଇ ବିପରୀତ ମତ ମଧ୍ୟରୁ କୌଣସି ଗୋଟିଏ ମତକୁ ଦୃଢ଼ କରି ନ ଧରେ — Not firmly holding either of the extreme views in a matter
- ଦେ. ବିଣ— (ସହଚର ଶବ୍ଦ) — [ଉ—ସଂସାରେ ମୂଢ଼ ଯେଉଁ ଜନ, ଯେବା ଈଶ୍ୱରେ ଦୃଢ଼ ମନ। ଏ ବେନି ସଂସାରୁ ତରନ୍ତି। ମଝି ମଝିକା ନାଶ ଯାନ୍ତି; ଜଗନ୍ନାଥ ଭାଗବତ। ଦୃଢ଼େ ତରନ୍ତି, ମୂଢ଼େ ତରନ୍ତି, ମଝି ମଝିକିଆ ବୁଡ଼ି ମରନ୍ତି—ଢଗ।]