ମଜ୍ଜଫଳ Majjaphaḻa

  • ସଂ. ବି — ମାଜୁ ଫଳ — Oak galls; gall nuts
  • ସଂ. ବି — [ଦ୍ର— ପ୍ରକୃତରେ ଏହା ଫଳ ନୁହେଁ। ଏକ ପ୍ରକାର ପୋକ ପଶ୍ଚିମଦେଶୀୟ ଓକ୍ ନାମକ ବୃକ୍ଷବିଶେଷର କୋମଳ ଶାଖାରେ ସୂକ୍ଷ୍ମ ଛିଦ୍ର କରି ତା ମଧ୍ୟରେ ଡିମ୍ବ ପାରନ୍ତି ସେହି ଛିଦ୍ରବାଟେ ଗଛରୁ ଅଠା ବାହାରି ଛିଦ୍ର ମୁଖରେ ଗୁଆପରି ଆବୁମାନ ଜମି ଯାଏ। ଯଥାସମୟରେ ସେହି ଆବୁ— ଗୁଡ଼ିକ ଫୁଟାଇ ପୋକମାନ ସେହି କଣା ବାଟେ ବାହାରି ଯାଆନ୍ତି। ସେହି ଗୁଆ ଆକୃତି ବିଶିଷ୍ଟ ଜମାଟ ଅଠାକୁ ମାଜୁଫଳ ବୋଲାଯାଏ ଓ ଏହା ଔଷଧରେ ଲାଗେ; ଏହା ହରିଡ଼ା ଅପେକ୍ଷା ବେଶି କଷା, ବୈଦ୍ଯକ ମତରେ ଏହା ଗ୍ରାହୀ, ବଳକର, ଜ୍ୱରଘ୍ନ ଓ ରକ୍ତସ୍ରାବ ରୋଧକ। ଏହା ମୁଖ ଓ ଦନ୍ତ ରୋଗ, ଶ୍ୱେତ ପ୍ରଦର, ଅର୍ଶଃ, ଯୋନିକନ୍ଦ, ଅତିସାର ଗ୍ରହଣୀ ଓ ପ୍ରବାହିକା ରୋଗନାଶକ।]