ମଜ୍ଜା Majjā
- ସଂ. ବି—(ମଜ୍ଜ ବା ମସଜ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; ଏହା ଅସ୍ଥି ଭିତରେ ମଗ୍ନ ଥାଏ ବୋଲି) — ହାଡ଼ରସା ଅସ୍ତ ମଧ୍ୟରେ ଥିବା ଚିକ୍କଣ ପଦାର୍ଥ — Marrow
- ସଂ. ବି—(ମଜ୍ଜ ବା ମସଜ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; ଏହା ଅସ୍ଥି ଭିତରେ ମଗ୍ନ ଥାଏ ବୋଲି) — ବୃକ୍ଷର ରସ — Sap
- ସଂ. ବି—(ମଜ୍ଜ ବା ମସଜ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; ଏହା ଅସ୍ଥି ଭିତରେ ମଗ୍ନ ଥାଏ ବୋଲି) — ବୃକ୍ଷର ମଞ୍ଜ — The pith of a tree
- ଦେ. ବି — (ଲକ୍ଷଣାର୍ଥ)— ଅନ୍ତଃସ୍ଥଳ — (figurative) Inside
- ଦେ. ବି — ଅନ୍ତରତମ ପ୍ରଦେଶ — Innermost place
- ଦେ. ବି — ହୃଦୟ; ମନ; ଅନ୍ତଃକରଣ — Heart; mind
- ଦେ. ବି — (ଉ— କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି ଉଭା ରତିରେ। କବିସୂର୍ଯ୍ୟ କିଶୋରଚମ୍ପୁ କ. ଗୀତ।)
- ଦେ. ବି — ଇଚ୍ଛା — Wish; desire
- ଦେ. ବି — (ଉ— ଦମୟନ୍ତୀ ପାଶକୁ ଯିବାକୁ କଲେ ମଜ୍ଜା। କୃଷ୍ଣସିଂହ. ମହାଭାରତ ବନ।)
- ଦେ. ବି — ମନୋଗତ ଭାବ — Intention; motive
- ଦେ. ବି — (ଉ— ଆଜି ଆସି କହିଲେ ମୋତେ ନଳ ରାଜା, ଆଣି ଦେଲେ ଜୀଇଁବି ଏ ମୋହର ମଜ୍ଜା। କୃଷ୍ଣସିଂହ. ମହାଭାରତ. ବନ।)
- ବୈଦେ. ବି (ଫା. ମଜା) — ମଉଜ; ସୁଖ; ଆନନ୍ଦ — Pleasure