ମକଦ୍ଦମା Makaddamā
- ବୈଦେ. ବି. (ଫା. ମୁକଦମା) — ମାମଲା; ଅଦାଲତରେ ଉପସ୍ଥାପିତ ଅଭିଯୋଗ — Case in court; litigation
- ବୈଦେ. ବି. (ଫା. ମୁକଦମା) — [ଦ୍ର—ଭିନ୍ନ ଭିନ୍ନ ଅଦାଲତରେ ଦାଏର ହେବା ମକଦ୍ଦମାର ଭିନ୍ନ ଭିନ୍ନ ନାମ ଅଛି। ଯଥା—ଫଉଜଦାରି ବା ଫୌଜଦାରୀ ମକଦମା, ଦେଉଆନି ବା ଦେୱାନି ମକଦମା, ଦଉରା ବା ସେସନ୍ ମକଦମା। ଯେଉଁ ପକ୍ଷ ଅଦାଲତରେ ଜୟଲାଭ କରେ ତାର ମକଦମା ଡିଗ୍ରି (କ୍ରି) ହେଲା ଓ ଯେ ହାରେ ତା ମକଦମା ଡିସ୍ମିସ୍ ହେଲା ବୋଲାଯାଏ। ମକଦମା ସମ୍ପର୍କରେ ଅନେକ ଗୁଡ଼ିଏ ଇଂରାଜି ଓ ଫାର୍ସୀ ଶବ୍ଦ ଭାଷାରେ ପଶିଛି। ଯଥା— ଖାରଜ, ଇସୁ, ସାନିଦାଏର୍, ଅପିଲ୍, ମୋସନ୍, ସାଏଲ୍, ଆସାମୀ, ମଜହର, ମଜହରାଲା, ମୁଦେଇ, ମୁଦାଲା, ଫିରିୟାଦି, ତମାଦି, ଅରଜି, ଜବାବ୍, ସମନ୍, ମିଆଦି, ନୋଟିସ୍।]