ମଏ Mae

  • ବୈଦେ. ଅ. (କଚିରିଆ) (ଫା. ମାୟ; ତୁଳ ସଂ. ମଧ୍ୟ) — ସହିତ — With; together with
  • ବୈଦେ. ଅ. (କଚିରିଆ) (ଫା. ମାୟ; ତୁଳ ସଂ. ମଧ୍ୟ) — ମଧ୍ୟ; ଏବଂ — Also; and
  • ବୈଦେ. ଅ. (କଚିରିଆ) (ଫା. ମାୟ; ତୁଳ ସଂ. ମଧ୍ୟ) — ଅମୁକକୁ ମିଶାଇ — Including
  • ଗ୍ରା. ଅ. (ପ୍ରାଚୀନ) (ସଂ. ମୟ; ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଦୁଃଖ ମଏ) — ସଂ. 'ମୟ' ପ୍ରତ୍ୟୟ — Full of
  • ଗ୍ରା. ଅ. (ପ୍ରାଚୀନ) (ସଂ. ମୟ; ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଦୁଃଖ ମଏ) — [ଉ—ଯେ ଭାଷା କୋଟି କୋଟି ମୋକ୍ଷ ମଏ, ନ ଦେବୁ ସୁନା ଯାଚିଲେ ବିଶାଏ। ପ୍ରାଚୀ. ପରଚେ ଗୀତା।]
  • କ୍ରି. ବିଣ. (ସଂ. ମୟ) — ବ୍ୟାପକ ରୂପେ — Throughout
  • କ୍ରି. ବିଣ. (ସଂ. ମୟ) — (ଯଥା—ରୋଗ ଦେଶମଏ ବ୍ୟାପିଗଲା।)
  • ଦେ. ବି — ପଶୁ ଆଦି ଜୀବଙ୍କର ଋତୁକାଳ — The rut period of different animals; the mating period of animals; the time of heat of animals