ଭୈରବୀ ଚକ୍ର Bha̲i̱rabī chakra
- ସଂ. ବି — ତନ୍ତ୍ର ଶାସ୍ତ୍ର କୁଳାର୍ଣ୍ଣବ ମତରେ ଯେଉଁ ଚକ୍ର ବା ତନ୍ତ୍ରସାଧକ ମଣ୍ଡଳୀ ମଧ୍ୟରେ ବସି ପଞ୍ଚମକାର ସାଧନ କରାଯାଏ — A circle of tantric worshippers sitting in which tantric devotees perform the ritual of 'Pan̄chamakāra'
- ସଂ. ବି — [ଦ୍ର—ଯେଉଁ ଦୀକ୍ଷିତ ତାନ୍ତ୍ରିକ ବାମ ମାର୍ଗ ସାଧକମାନେ ନିର୍ଦ୍ଦିଷ୍ଟ ତିଥି ଓ ନକ୍ଷତ୍ରରେ ଦେବୀ ପୂଜାର୍ଥ ଏକତ୍ର ହୋଇ ଏକ ଚକ୍ର ବା ମଣ୍ଡଳରେ ବସି ପଞ୍ଚମକାର ସାଧନ କରନ୍ତି ତାହାକୁ ଭୈରବୀଚକ୍ର ବୋଲାଯାଏ। ଏଥିରେ ସମ୍ମିଳିତ ସାଧକମାନଙ୍କର ବର୍ଣ୍ଣାଶ୍ରମ ଆଦି ଭେଦର ବିଚାର ରଖାଯାଏ ନାହିଁ।]
- ଦେ. ବି — ଭୟଙ୍କର କୂଟ; କୂଟ ଚକ୍ର — A puzzling snare or trick; deep conspiracy
- ଦେ. ବି — (ବ୍ୟଙ୍ଗ୍ୟ) ମଉଜିଆ ମଦ୍ୟପ ଗୋଷ୍ଠୀ — (ironical) A company of merry drinkers