ଭୈରବ ଯାତନା Bha̲i̱raba jātanā

  • ସଂ. ବି (ମ. ପ. ଲୋ; ଭୈରବଙ୍କ ପ୍ରଦତ୍ତ ଯାତନା) — କାଶୀରେ ମୃତ୍ୟୁଲାଭ କରିବା ବ୍ଯକ୍ତିଙ୍କୁ କାଶୀର ଭୈରବଙ୍କ ମନ୍ଦିରରେ ଦିଆଯିବା ଶାରୀରିକ ଦଣ୍ଡ (ବେତ୍ରପ୍ରହାର), ଯହିଁଦ୍ୱାରା ମୃତ ବ୍ଯକ୍ତିର ଆତ୍ମା ପରମାତ୍ମାରେ ଲୀନ ହେବା ପାଇଁ ଉପଯୁକ୍ତ ଶୁଦ୍ଧି ଲାଭ କରେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି — A sort of purificatory physical torment (e.g. caning) or penance inflicted by Bha̲i̱raba on those who die at Benares to make their spirits fit for absorption into the Supreme Spirit
  • ସଂ. ବି (ମ. ପ. ଲୋ; ଭୈରବଙ୍କ ପ୍ରଦତ୍ତ ଯାତନା) — [ଦ୍ର—ଯେଉଁ ଯାତ୍ରୀମାନେ କାଶୀର ଭୈରବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଆନ୍ତି ସେଠାର ପଣ୍ଡାମାନେ ସେମାନଙ୍କ ପିଠିରେ ମୟୁରପୁଚ୍ଛରେ ବନ୍ଧା ହୋଇଥିବା ବିଡ଼ାରେ ନାମମାତ୍ର ପ୍ରହାର (ଭୈରବ ଯାତନା) ଦିଅନ୍ତି।]