ଭୂପତି ପଣ୍ଡିତ Bhūpati paṇḍita
- ଦେ. ବି (ନାମ) — ଜଣେ ଜନପ୍ରିୟ ପ୍ରାଚୀନ ଓଡ଼ିଆ କବି — Name of an Oriya Poet
- ଦେ. ବି (ନାମ) — [ଦ୍ର—ଏ ପଶ୍ଚିମାଞ୍ଚଳବାସୀ ସାରସ୍ୱତ ବ୍ରାହ୍ମଣ; ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱକାଳରେ ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ତୀର୍ଥାଟନରେ ଯାଇଁ ପୁରୀକୁ ଆସି ରାଜାଙ୍କ ଅନୁଗ୍ରହରେ ଖୋରଧା ରଥିପୁର ଗ୍ରାମରେ ବାସ କଲେ। ଏ ବୈଷ୍ଣବଧର୍ମାବଲମ୍ବୀ ଥିଲେ; ସେ ହିନ୍ଦି, ସଂସ୍କୃତ ଓ ବଙ୍ଗଳା ଭାଷା ଜାଣୁଥିଲେ; ପରେ ଓଡ଼ିଆ ଭାଷା ଶିଖି ତହିଁରେ ପ୍ରେମପଞ୍ଚାମୃତ ଗ୍ରନ୍ଥ ଓ ଭୂପତି ଚଉତିଶା ନାମକ କବିତା ପ୍ରଣୟନ କଲେ।]