ଭୀମା ଭୋଇ Bhīmā bhoi
- ଦେ. ବି. (ନାମ) — ଅନ୍ଧ କନ୍ଧ ଓଡି଼ଆ କବି (ଖ୍ରୀ. 1852—1895 ) — ଅନ୍ଧ କନ୍ଧ ଓଡି଼ଆ କବି (ଖ୍ରୀ.1852—1895)—Name of a blind Oriya poet
- ଦେ. ବି. (ନାମ) — [ଦ୍ର— ଏ ରେଢ଼ାଖୋଲର ଓଡି଼ଆ କନ୍ଧବଂଶରେ ଜାତ ହୋଇଥିଲେ; ବାଲ୍ୟକାଳରୁ ପିତାଙ୍କୁ ହରାଇଥିଲେ ଓ ଗରିବ ଥିବାରୁ ଅତି କଷ୍ଟରେ ଜୀବନ ଯାପନ କରୁଥିଲେ। ଲୋକଙ୍କର ଗାଈ ଗୋରୁ ଜଗିବା ତାଙ୍କର ଜୀବିକା ଥିଲା। ଅତି ବାଲ୍ୟକାଳରୁ ତାଙ୍କର ଅଲେଖ ବା ସତ୍ୟ—ମହିମାଧର୍ମ ପ୍ରତି ମତି ବଳିଥିଲା ଓ ପରେ ମହିମା ଗୋସାଇଁଙ୍କୁ ଭେଟି ଢେଙ୍କାନାଳଠାକୁ ଆସି ସେଠାରେ ଗୁରୁଙ୍କଠାରୁ ଦୀକ୍ଷା ନେଇ "ସ୍ତୁତିଚିନ୍ତାମଣି" ନାମକ ଗ୍ରନ୍ଥ ରଚନା କରି ସତ୍ୟ—ମହିମାଧର୍ମ ପ୍ରଚାର କଲେ। ଏହାଙ୍କର ଭଜନମାଳା ଓ ବ୍ରହ୍ମନିରୂପଣଗୀତା ମହିମାଧର୍ମାବଲମ୍ବୀ— ମାନଙ୍କର ଅତ୍ୟନ୍ତ ପ୍ରିୟ ଗ୍ରନ୍ଥ। ଏ ଗ୍ରନ୍ଥମାନ ପ୍ରାଚୀ ସମିତିଙ୍କଦ୍ୱାରା ପ୍ରକାଶିତ ହୋଇଅଛି।]