ଭିଲ୍ଲା Bhilla
- ସଂ. ବି. ପୁଂ (ଭିଲ ଧାତୁ+କର୍ତ୍ତୃ. ଲ) — ଭାରତର ଜଙ୍ଗଲୀ ଅନାର୍ଯ୍ୟ ଜାତିବିଶେଷ — Name of an aboriginal wild tribe of India
- ସଂ. ବି. ପୁଂ (ଭିଲ ଧାତୁ+କର୍ତ୍ତୃ. ଲ) — [ଦ୍ର—ଏମାନେ ବହୁ ପ୍ରାଚୀନ କାଳରୁ ରାଜପୁତାନା, ସିନ୍ଧୁ ଓ ମଧ୍ୟଭାରତର ଜଙ୍ଗଲ ଓ ପାହାଡ଼ମାନଙ୍କରେ ବାସ କରି ଆସୁଅଛନ୍ତି। ଏମାନେ ବୀର ଅଟନ୍ତି ଓ ତୀର ଚଳାଇବାରେ ସିଦ୍ଧହସ୍ତ। ଏମାନେ ନିଷ୍ଠୁର— ପ୍ରକୃତି ହେଲେ ମଧ୍ୟ ସତ୍ୟବାଦୀ, ସରଳ ଓ ସ୍ୱାମିଭକ୍ତ ଅଟନ୍ତି। ପୁରାଣମାନଙ୍କରେ ଏମାନଙ୍କୁ ବ୍ରାହ୍ମଣ କନ୍ଯା ଓ ତୀବର ପୁରୁଷଠାରୁ ଉତ୍ପନ୍ନ ସଙ୍କର ଜାତି ବୋଲାଯାଇ ଅଛି—ହି. ଶ।]