ଭିତରପୂଜା Bhitara pūjā
- ଦେ. ସଂ. ବି. (ସଂ. ଅଭ୍ୟନ୍ତର+ପୂଜା) — ଦୂର୍ଗାଙ୍କର ଶରତ୍— କାଳୀନ ଷୋଡ଼ଶ ଦିନ ବ୍ୟାପୀ ପୂଜନର ଆରମ୍ଭ (ଆଶ୍ୱିନ କୃଷ୍ଣ ଅଷ୍ଟମୀ) ଠାରୁ ନବପତ୍ରିକା ପୂଜାର ଆରମ୍ଭ (ଆଶ୍ୱିନ ଶୁକ୍ଳ ସପ୍ତମୀ) ପର୍ଯ୍ୟନ୍ତ ଦୁର୍ଗାଙ୍କର ପୂଜା — The worship of the Goddess Durgā for 16 days beginning from the 8th of the dark fortnight of Āṡwina to the 8th of the bright fortnight, both inclusive
- ଦେ. ସଂ. ବି. (ସଂ. ଅଭ୍ୟନ୍ତର+ପୂଜା) — [ଦ୍ର—ଦୁର୍ଗାଙ୍କର ଷୋଳ ଦିନ ବ୍ୟାପୀ ଶାରଦୀୟ ପୂଜନ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଆରବ୍ଧ ହୋଇ ଆଶ୍ୱିନ ଶୁକ୍ଳ ନବମୀରେ ସମାପ୍ତ ହୁଏ; ନବ ଦିନ ବ୍ୟାପୀ ପୂଜନ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଆରବ୍ଧ ହୋଇ ଶୁକ୍ଳ ନବମୀରେ ସମାପ୍ତ ହୁଏ; ତ୍ରି ଦିନ ବ୍ୟାପୀ ବା ନବପତ୍ରିକା ପୂଜା ଶୁକ୍ଳ ସପ୍ତମୀରେ ଆରବ୍ଧ ହୋଇ ନବମୀରେ ସମାପ୍ତ ହୁଏ। ଏହି ଷୋଳ ଦିନ ମଧ୍ୟରୁ ବା ନଅ ଦିନ ମଧ୍ୟରୁ ପ୍ରଥମ 13 ଦିନ ବା 6 ଦିନ ପ୍ରତିମାଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଏ ଏହି ପୂଜାକୁ ଭିତର ପୂଜା କହନ୍ତି। ଶୁକ୍ଳ ସପ୍ତମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଯେଉଁ ପୂଜା ହୁଏ ତାକୁ ବାହାର ପୂଜା ବୋଲାଯାଏ; କାରଣ, ଏହି 3 ଦିନ ଦୁର୍ଗାଙ୍କର ଘଟକୁ ବା ମୃଣ୍ମୟୀ ମୂର୍ତ୍ତିକୁ ମନ୍ଦିରର ବାହାରେ ଅନ୍ଯ କୌଣସି ସ୍ଥାନରେ ସ୍ଥାପିତ କରାଯାଇ ପୂଜା କରାଯାଏ।] — [ଦ୍ର—ଦୁର୍ଗାଙ୍କର ଷୋଳ ଦିନ ବ୍ୟାପୀ ଶାରଦୀୟ ପୂଜନ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଆରବ୍ଧ ହୋଇ ଆଶ୍ୱିନ ଶୁକ୍ଳ ନବମୀରେ ସମାପ୍ତ ହୁଏ; ନବ ଦିନ ବ୍ୟାପୀ ପୂଜନ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଆରବ୍ଧ ହୋଇ ଶୁକ୍ଳ ନବମୀରେ ସମାପ୍ତ ହୁଏ; ତ୍ରି ଦିନ ବ୍ୟାପୀ ବା ନବପତ୍ରିକା ପୂଜା ଶୁକ୍ଳ ସପ୍ତମୀରେ ଆରବ୍ଧ ହୋଇ ନବମୀରେ ସମାପ୍ତ ହୁଏ ଏହି ଷୋଳ ଦିନ ମଧ୍ୟରୁ ବା ନଅ ଦିନ ମଧ୍ୟରୁ ପ୍ରଥମ13ଦିନ ବା6ଦିନ ପ୍ରତିମାଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଏ ଏହି ପୂଜାକୁ ଭିତର ପୂଜା କହନ୍ତି ଶୁକ୍ଳ ସପ୍ତମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଯେଉଁ ପୂଜା ହୁଏ ତାକୁ ବାହାର ପୂଜା ବୋଲାଯାଏ; କାରଣ, ଏହି3ଦିନ ଦୁର୍ଗାଙ୍କର ଘଟକୁ ବା ମୃଣ୍ମୟୀ ମୂର୍ତ୍ତିକୁ ମନ୍ଦିରର ବାହାରେ ଅନ୍ଯ କୌଣସି ସ୍ଥାନରେ ସ୍ଥାପିତ କରାଯାଇ ପୂଜା କରାଯାଏ]