ଭିକ୍ଟୋରିୟା Bhikṭoriyā

  • ବୈଦେ. ବି (ଇଂ) ନାମ — ସ୍ୱର୍ଗୀୟା ପୁଣ୍ଯୁଶ୍ଳୋକା ଭାରତେଶ୍ୱରୀ ଶ୍ରୀମତୀ ମହାରାଣୀ — The late Queen Victoria, Empress of India
  • ବୈଦେ. ବି (ଇଂ) ନାମ — [ଦ୍ର—ଜନ୍ମ ଖ୍ରୀ 1819 , ସିଂହାସନାରୋହଣ ଖ୍ରୀ 1837 , ବିବାହ 1840 , ସ୍ୱର୍ଗଲାଭ ଖ୍ରୀ 1901 । ଇଂଲଣ୍ଡର ରାଜା 4 ର୍ଥ ଉଇଲିଆମ୍ଙ୍କ ଭ୍ରାତୁଷ୍ପୁତ୍ରୀରୂପେ ଏ ଇଂଲଣ୍ଡ ସିଂହାସନ ଅଧିକାର କଲେ। ଜର୍ମାନୀର ସାକ୍ସକୋବର୍ଗ୍ ଓ ଗୋଥାର ପ୍ରିନ୍ସ ଆଲବର୍ଟଙ୍କ ସହିତ ଏହାଙ୍କର ବିବାହ ହେଲା ଓ ଏହାଙ୍କର 4 ପୁତ୍ର ଓ 5 କନ୍ଯା ଲାଭ ହୋଇଥିଲା। ପ୍ରଥମ ପୁତ୍ର ଯୁବରାଜ ଏଡ୍ୱାର୍ଡ଼ 7 ମ ଏଡ୍ୱାର୍ଡ଼ ରୂପେ ଖ୍ରୀ 1901 ରେ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ହୋଇଥିଲେ ଓ 7 ମ ଏଡ୍ୱାର୍ଡ଼ଙ୍କ ଦ୍ୱିତୀୟ ପୁତ୍ର ପ୍ରିନ୍ସ ଜର୍ଜ୍ 5 ମ ଜର୍ଜ୍ରୂପେ ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ଅଟନ୍ତି। ଭାରତର ସିପାହୀ ବିଦ୍ରୋହର ପର ବର୍ଷ (ଖ୍ରୀ 1858 ରେ) ମହାରାଣୀ ଭାରତର ଶାସନଭାର ସ୍ୱୟଂ ଗ୍ରହଣ କଲେ। ତଦୁପଲକ୍ଷରେ ସେ ଘୋଷଣା କଲେ ଯେ ଭାରତୀୟ ପ୍ରଜା ମାନେ ବ୍ରିଟିଶ୍ ପ୍ରଜାଙ୍କ ସମାନ ଅଧିକାର ପାଇବେ ଓ ସେମାନଙ୍କର ଯୋଗ୍ୟତା ଥିଲେ ଜାତି ଧର୍ମ ନିର୍ବିଶେଷରେ ସବୁ ପ୍ରଜା ରାଜକାର୍ଯ୍ୟରେ ନିଯୁକ୍ତ ହୋଇ ପାରିବେ। ଏହାଙ୍କ ଅମଳରେ ଏହାଙ୍କ ଜ୍ୟେଷ୍ଠ, ଦ୍ୱିତୀୟ ଓ କନିଷ୍ଠପୁତ୍ରମାନେ ଓ ଯୁବରାଜଙ୍କ ଜ୍ୟେଷ୍ଠପୁତ୍ର ଭାରତ ଆଗମନ କରିଥିଲେ। 1877 ସାଲରେ ମହାରାଣୀ ଭାରତେଶ୍ୱରୀ ଉପାଧୀ ଧାରଣ କଲେ। ଏହାଙ୍କ ରାଜତ୍ୱ 50 ବର୍ଷ ପୂରିବାରୁ ଖ୍ରୀ 1887 ରେ ସ୍ୱର୍ଣ୍ଣ ଜୁବିଲୀ ଉତ୍ସବ ଓ 60 ବର୍ଷ ପୂରିବାରୁ 1897 ସାଲରେ ହୀରକ ଜୁବିଲୀ ଉତ୍ସବ ପାଳିତ ହୋଇଥିଲା। ଏହାଙ୍କ ପରି 64 ବର୍ଷ ରାଜତ୍ୱ କରିବା କ୍ୱଚିତ୍ ଅନ୍ଯ ରାଜାଙ୍କ ଭାଗ୍ୟରେ ଘଟିଛି। ଏହାଙ୍କ ଦୀର୍ଘ ରାଜତ୍ୱ କାଳରେ ଭାରତରେ ଓ ବ୍ରିଟେନରେ ଅନେକ ଉନ୍ନତି ଘଟିଥିଲା, ଓ ବ୍ରିଟିଶ ସାମ୍ରାଜ୍ୟରେ ଅନେକ ଦେଶ ଭୂକ୍ତ ହୋଇ ଥିଲା। ଏହାଙ୍କ ସମୟରେ ରେଳ ଓ ଟେଲିଗ୍ରାଫ୍ ପ୍ରତିଷ୍ଠା ହେଲା, ସୁଏଜ କେନାଲ ଖୋଳା ଗଲା ଓ ନାନା କ୍ଷେତ୍ରରେ ବହୁ ପ୍ରତିଷ୍ଠାପନ୍ନ ମହାପୁରୁଷଙ୍କ ଆବିର୍ଭାବ ହୋଇଥିଲା— ସୁବଳଚନ୍ଦ୍ର।] — [ଦ୍ର—ଜନ୍ମ ଖ୍ରୀ1819, ସିଂହାସନାରୋହଣ ଖ୍ରୀ1837, ବିବାହ1840, ସ୍ୱର୍ଗଲାଭ ଖ୍ରୀ1901 ଇଂଲଣ୍ଡର ରାଜା4ର୍ଥ ଉଇଲିଆମ୍ଙ୍କ ଭ୍ରାତୁଷ୍ପୁତ୍ରୀରୂପେ ଏ ଇଂଲଣ୍ଡ ସିଂହାସନ ଅଧିକାର କଲେ ଜର୍ମାନୀର ସାକ୍ସକୋବର୍ଗ୍ ଓ ଗୋଥାର ପ୍ରିନ୍ସ ଆଲବର୍ଟଙ୍କ ସହିତ ଏହାଙ୍କର ବିବାହ ହେଲା ଓ ଏହାଙ୍କର4ପୁତ୍ର ଓ5କନ୍ଯା ଲାଭ ହୋଇଥିଲା ପ୍ରଥମ ପୁତ୍ର ଯୁବରାଜ ଏଡ୍ୱାର୍ଡ଼7ମ ଏଡ୍ୱାର୍ଡ଼ ରୂପେ ଖ୍ରୀ1901ରେ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ହୋଇଥିଲେ ଓ7ମ ଏଡ୍ୱାର୍ଡ଼ଙ୍କ ଦ୍ୱିତୀୟ ପୁତ୍ର ପ୍ରିନ୍ସ ଜର୍ଜ୍5ମ ଜର୍ଜ୍ରୂପେ ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ ଅଟନ୍ତି ଭାରତର ସିପାହୀ ବିଦ୍ରୋହର ପର ବର୍ଷ (ଖ୍ରୀ1858ରେ) ମହାରାଣୀ ଭାରତର ଶାସନଭାର ସ୍ୱୟଂ ଗ୍ରହଣ କଲେ ତଦୁପଲକ୍ଷରେ ସେ ଘୋଷଣା କଲେ ଯେ ଭାରତୀୟ ପ୍ରଜା ମାନେ ବ୍ରିଟିଶ୍ ପ୍ରଜାଙ୍କ ସମାନ ଅଧିକାର ପାଇବେ ଓ ସେମାନଙ୍କର ଯୋଗ୍ୟତା ଥିଲେ ଜାତି ଧର୍ମ ନିର୍ବିଶେଷରେ ସବୁ ପ୍ରଜା ରାଜକାର୍ଯ୍ୟରେ ନିଯୁକ୍ତ ହୋଇ ପାରିବେ ଏହାଙ୍କ ଅମଳରେ ଏହାଙ୍କ ଜ୍ୟେଷ୍ଠ, ଦ୍ୱିତୀୟ ଓ କନିଷ୍ଠପୁତ୍ରମାନେ ଓ ଯୁବରାଜଙ୍କ ଜ୍ୟେଷ୍ଠପୁତ୍ର ଭାରତ ଆଗମନ କରିଥିଲେ1877ସାଲରେ ମହାରାଣୀ ଭାରତେଶ୍ୱରୀ ଉପାଧୀ ଧାରଣ କଲେ ଏହାଙ୍କ ରାଜତ୍ୱ50ବର୍ଷ ପୂରିବାରୁ ଖ୍ରୀ1887ରେ ସ୍ୱର୍ଣ୍ଣ ଜୁବିଲୀ ଉତ୍ସବ ଓ60ବର୍ଷ ପୂରିବାରୁ1897ସାଲରେ ହୀରକ ଜୁବିଲୀ ଉତ୍ସବ ପାଳିତ ହୋଇଥିଲା ଏହାଙ୍କ ପରି64ବର୍ଷ ରାଜତ୍ୱ କରିବା କ୍ୱଚିତ୍ ଅନ୍ଯ ରାଜାଙ୍କ ଭାଗ୍ୟରେ ଘଟିଛି ଏହାଙ୍କ ଦୀର୍ଘ ରାଜତ୍ୱ କାଳରେ ଭାରତରେ ଓ ବ୍ରିଟେନରେ ଅନେକ ଉନ୍ନତି ଘଟିଥିଲା, ଓ ବ୍ରିଟିଶ ସାମ୍ରାଜ୍ୟରେ ଅନେକ ଦେଶ ଭୂକ୍ତ ହୋଇ ଥିଲା ଏହାଙ୍କ ସମୟରେ ରେଳ ଓ ଟେଲିଗ୍ରାଫ୍ ପ୍ରତିଷ୍ଠା ହେଲା, ସୁଏଜ କେନାଲ ଖୋଳା ଗଲା ଓ ନାନା କ୍ଷେତ୍ରରେ ବହୁ ପ୍ରତିଷ୍ଠାପନ୍ନ ମହାପୁରୁଷଙ୍କ ଆବିର୍ଭାବ ହୋଇଥିଲା— ସୁବଳଚନ୍ଦ୍ର]