ଭିଆଇବା Bhiāibā
- ଦେ. କ୍ରି. (ସଂ. ବିଧାନ) — ଭେଇବା; ଘଟାଇବା — To cause to happen
- ଦେ. କ୍ରି. (ସଂ. ବିଧାନ) — ବିଧାନ କରିବା; ଘଟିବାର ଉପାୟ କରିବା; ଫଳରେ ଘଟାଇବା — To bring about; to result in
- ଦେ. କ୍ରି. (ସଂ. ବିଧାନ) — (ଉ—ଧିକ ଏ ରୂପକୁ ଏହି ସିନା ଦେବି! ଭିଆଇଲା ଯେତେ କଳି। ରାଧାନାଥ. ପାର୍ବତୀ।)
- ଦେ. କ୍ରି. (ସଂ. ବିଧାନ) — ସୃଷ୍ଟି କରିବା — To create
- ଦେ. କ୍ରି. (ସଂ. ବିଧାନ) — (ଉ—ମେଘାଗମେ ଯହିଁ ପୁଷ୍ପିତ କଦମ୍ବେ ଶିଖଣ୍ଡ ତାଣ୍ଡବ ରଙ୍ଗ, ଦେଖି ଆସୁଥିଲା ପ୍ରତେ ଇନ୍ଦ୍ରଜାଲ ଭିଆଇଛି କି ଅନଙ୍ଗ। ରାଧାନାଥ. ଯଯାତି।)
- ଦେ. କ୍ରି. (ସଂ. ବିଧାନ) — ସମ୍ପାଦନ କରିବା — To perform
- ଦେ. କ୍ରି. (ସଂ. ବିଧାନ) — ଯୋଗାଡ଼ କରିବା — To arrange
- ଦେ. କ୍ରି. (ସଂ. ବିଧାନ) — (ଉ—ଆଜ୍ଞା ଦେବ ଯେବେ, ମଣୋହି ସଞ୍ଚା ଭିଆଇବି ତେବେ। ପ୍ରାଚୀ. ପ୍ରତାପ, ଶଶିସେଣା।)
- ଦେ. କ୍ରି. (ସଂ. ବିଧାନ) — ଜାତ କରିବା — To produce; to bring forth
- ଦେ. କ୍ରି. (ସଂ. ବିଧାନ) — ନିର୍ମାଣ କରିବା — To build
- ଦେ. କ୍ରି. (ସଂ. ବିଧାନ) — (ଉ—ଗଙ୍ଗା ଯମୁନା ମଧ୍ୟ ପୁର, ଭିଆଇ ରହି ପୃଥୁ ବୀର। ଜଗନ୍ନାଥ. ଭାଗବତ।)
- ଦେ. କ୍ରି. (ସଂ. ବିଧାନ) — ସୂତ୍ରପାତ ବା ଆରମ୍ଭ କରିବା — To begin a work; to commence