ଭାସ୍କର ପଣ୍ଡିତ Bhāskara paṇḍita

  • ଦେ. ବି (ନାମ) — ନାଗପୁରର ମର୍ହଟ୍ଟା ରାଜା ରଘୁଜୀ ଭୋଁସ୍ଲାଙ୍କ ଦେବାନ୍ — Name of the minister of the Marahatta king Raghuji Bhonsla
  • ଦେ. ବି (ନାମ) — [ଦ୍ର—ଏ ବଙ୍ଗର ନବାବ୍ ଆଲିବର୍ଦ୍ଧି ଖାଁଙ୍କ ସମୟରେ ବଙ୍ଗ ଆକ୍ରମଣ କରି ନବାବଙ୍କୁ ପରାସ୍ତ କରି ବଙ୍ଗର ପ୍ରସିଦ୍ଧ ଧନୀ ଜଗତ୍ ସେଠଙ୍କ ଘର ଲୁଟି ଟଙ୍କା ନେଇଗଲେ। ନବାବ୍ ପେଶବାଙ୍କ ଶରଣାପନ୍ନ ହେବାରୁ ପେଶବାଙ୍କ ଅନୁରୋଧରେ ଭାସ୍କର ବଙ୍ଗଳା ତ୍ୟାଗ କଲେ (ଖ୍ରୀ 1742 )। ପରେ ପୁଣି ଭାସ୍କର ବଙ୍ଗ ଆକ୍ରମଣ କରି ନଗର ଓ ଗ୍ରାମମାନ ଲୁଣ୍ଠନ କଲେ। ଏହି ଉପଦ୍ରବ 'ବର୍ଗୀମାନଙ୍କ ଅତ୍ୟାଚାର' ବୋଲି ଇତିହାସ ପ୍ରସିଦ୍ଧ। ଶେଷରେ ଆଲିବର୍ଦ୍ଧି ଖାଁ ଗୁପ୍ତ ଘାତକ ନିଯୁକ୍ତ କରି ଭାସ୍କରଙ୍କୁ ହତ୍ୟା କଲେ। ଏଥିରେ ରଘୁଜୀ ଭୋଁସ୍ଲା କ୍ରୁଦ୍ଧ ହୋଇ ବଙ୍ଗଦେଶକୁ ବାରମ୍ବାର ଆକ୍ରମଣ କଲେ। ଏଥିରୁ ରକ୍ଷା ପାଇବା ପାଇଁ 1751 ଖ୍ରୀଷ୍ଟାବ୍ଦରେ ନବାବ୍ ରଘୁଜୀଙ୍କୁ ଓଡ଼ିଶା ଛାଡ଼ି ଦେଲେ ଓ ବଙ୍ଗର ଚୌଥ ପରିବର୍ତ୍ତେ ବାର୍ଷିକ 12 ଲକ୍ଷ ଟଙ୍କା ରଘୁଜୀଙ୍କୁ ଦେବାକୁ ଅଙ୍ଗୀକାର କଲେ। ସୁବଳଚନ୍ଦ୍ର।] — [ଦ୍ର—ଏ ବଙ୍ଗର ନବାବ୍ ଆଲିବର୍ଦ୍ଧି ଖାଁଙ୍କ ସମୟରେ ବଙ୍ଗ ଆକ୍ରମଣ କରି ନବାବଙ୍କୁ ପରାସ୍ତ କରି ବଙ୍ଗର ପ୍ରସିଦ୍ଧ ଧନୀ ଜଗତ୍ ସେଠଙ୍କ ଘର ଲୁଟି ଟଙ୍କା ନେଇଗଲେ ନବାବ୍ ପେଶବାଙ୍କ ଶରଣାପନ୍ନ ହେବାରୁ ପେଶବାଙ୍କ ଅନୁରୋଧରେ ଭାସ୍କର ବଙ୍ଗଳା ତ୍ୟାଗ କଲେ (ଖ୍ରୀ1742) ପରେ ପୁଣି ଭାସ୍କର ବଙ୍ଗ ଆକ୍ରମଣ କରି ନଗର ଓ ଗ୍ରାମମାନ ଲୁଣ୍ଠନ କଲେ ଏହି ଉପଦ୍ରବ 'ବର୍ଗୀମାନଙ୍କ ଅତ୍ୟାଚାର' ବୋଲି ଇତିହାସ ପ୍ରସିଦ୍ଧ ଶେଷରେ ଆଲିବର୍ଦ୍ଧି ଖାଁ ଗୁପ୍ତ ଘାତକ ନିଯୁକ୍ତ କରି ଭାସ୍କରଙ୍କୁ ହତ୍ୟା କଲେ ଏଥିରେ ରଘୁଜୀ ଭୋଁସ୍ଲା କ୍ରୁଦ୍ଧ ହୋଇ ବଙ୍ଗଦେଶକୁ ବାରମ୍ବାର ଆକ୍ରମଣ କଲେ ଏଥିରୁ ରକ୍ଷା ପାଇବା ପାଇଁ1751ଖ୍ରୀଷ୍ଟାବ୍ଦରେ ନବାବ୍ ରଘୁଜୀଙ୍କୁ ଓଡ଼ିଶା ଛାଡ଼ି ଦେଲେ ଓ ବଙ୍ଗର ଚୌଥ ପରିବର୍ତ୍ତେ ବାର୍ଷିକ12ଲକ୍ଷ ଟଙ୍କା ରଘୁଜୀଙ୍କୁ ଦେବାକୁ ଅଙ୍ଗୀକାର କଲେ ସୁବଳଚନ୍ଦ୍ର]