ଭାର୍ଗବୀ Bhārgabī

  • ସଂ. ବି (ଭୃଗୁ+ଅ+ସ୍ତ୍ରୀ. ଈ) — ପାର୍ବତୀ — Pārbatī
  • ସଂ. ବି (ଭୃଗୁ+ଅ+ସ୍ତ୍ରୀ. ଈ) — ଲକ୍ଷ୍ମୀ — Goddess of fortune
  • ସଂ. ବି (ଭୃଗୁ+ଅ+ସ୍ତ୍ରୀ. ଈ) — ଦୂର୍ବା — The Creeping grass
  • ଦେ. ବି — ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବାହିତ ନଦୀବିଶେଷ — The name of a river in Orissa
  • ଦେ. ବି — (ଉ—ଭାର୍ଗବୀ, ସ୍ୱର୍ଗର ସୁଗମ ନିଃଶ୍ରେଣୀ, ମନୋହର ଯାର ନୀଳ ନୀରବେଣୀ। ରାଧାନାଥ. ଚିଲିକା।)
  • ଦେ. ବି — [ଦ୍ର—ଏହା ପୁରୀ ଜିଲ୍ଲା ବାଳକାଟିଠାରୁ କୁଆଖାଇ ନଦୀରୁ ବାହାରି ଚିଲିକାରେ ପଡ଼ିଅଛି]।
  • ପ୍ରାଦେ. (ସମ୍ବଲପୁର) ବି — କନ୍ଦାରୁ ଜନ୍ମିବା ଏକପ୍ରକାର ଗୁଳ୍ମ — A kind of plant growing from bulbs