ଭାବ ବାଚ୍ୟ Bhāba bāchya
- ସଂ. ବି. (ବ୍ୟାକରଣ) — ବାକ୍ୟର କର୍ତ୍ତାହୀନ ରୂପ — (grammar) The impersonal voice of a sentence
- ସଂ. ବି. (ବ୍ୟାକରଣ) — [ଦ୍ର—ବାକ୍ୟର ବାଚ୍ୟ ତ୍ରିବିଧ; କର୍ତ୍ତୃବାଚ୍ୟ, କର୍ମବାଚ୍ୟ ଓ ଭାବବାଚ୍ୟ। କର୍ତ୍ତୃବାଚ୍ୟରେ କର୍ତ୍ତାର ପ୍ରାଧାନ୍ୟ, କର୍ମ ବାଚ୍ୟରେ କର୍ମର ପ୍ରାଧାନ୍ୟ ଥାଏ, କିନ୍ତୁ ଭାବ ବାଚ୍ୟରେ କର୍ତ୍ତା ପ୍ରାୟଶଃ ଅନୁକ୍ତ ରହେ।
- ସଂ. ବି. (ବ୍ୟାକରଣ) — ଉଦାହରଣ—କର୍ତ୍ତୃବାଚ୍ୟ—ବାଲ୍ମୀକି ରାମାୟଣ ଲେଖିଥିଲେ; କର୍ମବାଚ୍ୟ—ବାଲ୍ମୀକିଙ୍କ ଦ୍ୱାରା ରାମାୟଣ ଲେଖା ହୋଇ— ଥିଲା। ଭାବବାଚ୍ୟ—ନଦୀ ତୀରରେ ବଂଶୀ ବାଜିଲା; ମତେ ଭଲ ଲାଗୁ ନାହିଁ। ଶବ୍ଦର ବାଚ୍ୟ ସପ୍ତବିଧ; ତନ୍ମଧ୍ୟରୁ ଭାବ ବାଚ୍ୟ ଏକତମ; ଭାବବାଚ୍ୟରେ କେବଳ ଧାତ୍ୱର୍ଥ ପ୍ରକାଶିତ ହୁଏ। ଯଥା—ଗମନ, ଶୟନ, ଗତି, ସ୍ଥିତି ଇତ୍ୟାଦି।]