ଭାଙ୍ଗିବା Bhāṅgibā

  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) ଭଗ୍ନ କରିବା; ଖଣ୍ଡ ଖଣ୍ଡ କରିବା — To break; to break into pieces
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ଅକର୍ମକ) ତୁଟିବା; ଭଗ୍ନ ହେବା — To be broken
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) କୌଣସି ବ୍ଯକ୍ତିର କଥାକୁ ରକ୍ଷା ନ କରିବା — To disregard a person's request
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — [ଉ—ତା ଶୁଣି କେତେ ଋଷି ଶାସ୍ତ୍ରକୁ ପଢ଼ିଲେ, କେତେ ଋଷି ଯୁକ୍ତି କରି ତାହା ଭାଙ୍ଗି ଦେଲେ। କୃଷ୍ଣସିଂହ. ମହାଭାରତ. ସଭା।]
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ଭାଙ୍ଗିଦେବା—ସକର୍ମକ ଅନ୍ଯରୂପ)
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ଭାଙ୍ଗିଯିବା—ଅକର୍ମକ ଅନ୍ଯରୂପ)
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) (ଆଦେଶ) ଅମାନ୍ୟ କରିବା; ଲଙ୍ଘନ କରିବା — To disobey; to transgress
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ଉ—ମୋ ଆଜ୍ଞା ଭାଙ୍ଗିବାକୁ ତୋହର ଶକତି—କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) (ପ୍ରସ୍ତାବ) ସ୍ଥଗିତ ରଖିବା — To postpone or adjourn a proposal; to hold in abeyance
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) ଛାରଖାର କରିବା; ଧ୍ୱଂସ କରିବା; ବିନଷ୍ଟ କରିବା — To destroy; to demolish
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ଉ—ଯୁଦ୍ଧ କରି ଭାଙ୍ଗିବି ନୃପପରାକ୍ରମ— କୃଷ୍ଣସିଂହ. ମହାଭାରତ. ସଭା।)
  • ଦେ. କ୍ରି (ସଂ. ଭନ୍ଜ ଧାତୁ) — (ସକର୍ମକ) (ମଣ୍ଡଳ ଆଦି) ଅଙ୍କନ କରିବା — To draw circles and figures