ଭଣ୍ଡାରୀ Bhaṇḍārī
- ଦେ. ବି—(ସଂ. ଭଣ୍ଡାରୀ) — ଭଣ୍ଡାରରକ୍ଷକ ଭୃତ୍ୟ; ସର— ଘରିଆ — A store keeper; a steward
- ଦେ. ବି—(ସଂ. ଭଣ୍ଡାରୀ) — (ସଂ. ଭଣ୍ଡ= ଧୂର୍ତ୍ତ, ନାପିତମାନେ ଧୂର୍ତ୍ତଥିବା ପ୍ରସିଦ୍ଧ; କିମ୍ବା ସଂ. ଭାଣ୍ଡ=ନାପିତର ଖୁର ଧାର)—ନାପିତ; କ୍ଷୌରକାର; ବାରିକ — Barber
- ଦେ. ବି—(ସଂ. ଭଣ୍ଡାରୀ) — [ଦ୍ର—ଏମାନେ କନାମୁଠିଆ ଓ ଚମ— ମୁଠିଆ ଏହି ଦୁଇ ଶ୍ରେଣୀରେ ବିଭକ୍ତ, ଚମମୁଠିଆମାନେ ଉଚ୍ଚତର ଓ କନାମୁଠିଆ ବା ହାଟୁଆମାନେ ନିମ୍ନତର ଭଣ୍ଡାରିମାନେ ଗ୍ରାମସେବକ ଅଟନ୍ତି ଏମାନେ କ୍ଷୌର କର୍ମ କରନ୍ତି, ଗ୍ରାମବାସୀଙ୍କ ବନ୍ଧୁଙ୍କ ଘରକୁ ବୋଝ ଓ ବେଭାର ନେଇ ଯାଆନ୍ତି, ସାଆନ୍ତଙ୍କ ସଙ୍ଗେ ବିଦେଶକୁ ଚାକରରୂପେ ଯାଆନ୍ତି । ଏମାନେ ଗ୍ରାମବାସୀଙ୍କ ସେବାର ପାରିଶ୍ରମିକ ସ୍ୱରୂପ ହେତା ଜମି ବା ବରତନ ପାନ୍ତି । ସେବା ନିମନ୍ତେ ଭଣ୍ଡାରିମାନେ ନିଜ ନିଜ ମଧ୍ୟରେ ଗ୍ରାମ ବାଣ୍ଟି ନେଇ ଥାନ୍ତି । ଏଥିପାଇଁ ଢଗ ଅଛି; "ଗାଁ କାହାର ? ନାଁ ଧୋବା ଭଣ୍ଡାରୀ ବୋଲନ୍ତି ଆମର ଆମର" । ଉତ୍ସବାଦିରେ ଆଗତ ବନ୍ଧୁ— ମାନଙ୍କୁ ଚର୍ଚ୍ଚା କରିବାର ଭାର ଭଣ୍ଡାରୀ ଉପରେ । ଭଣ୍ଡାରୁଣୀ ମଧ୍ୟ ଗ୍ରାମର ସ୍ତ୍ରୀମାନଙ୍କ ନଖ କାଟେ, ଗୋଡ଼ରେ ଅଳତା ଦିଏ ଓ ଉତ୍ସବାଦି ସମୟରେ ଗ୍ରାମରେ ହଳଦୀ, ତେଲ, ପିଠଉ ଆଦି ବାଣ୍ଟେ । ଢଗରେ ଅଛି ଯେ ସମସ୍ତ ଗ୍ରାମବାସୀମାନେ ଦୋଷ କଲେ ଭଣ୍ଡାରୀ ଉପରେ ବାହାରର ଲୋକେ ଦୋଷ ଦେଇଥାଆନ୍ତି । ଢଗ ଅଛି "ଗାଁଆ ଯାକ ପଣସ ଖାଇଲେ ଭଣ୍ଡାରି ମୁଣ୍ଡରେ ଅଠା" । ଗ୍ରାମରେ ଭଣ୍ଡାରୀ ବିଚାରା ସମସ୍ତଙ୍କ ପାଖେ ଭୃତ୍ୟ । ସେଥି ପାଇଁ ଢଗରେ କହନ୍ତି "ମାର୍ ମାର୍ ଭଣ୍ଡାରିଆକୁ ମାର୍" । " ଭଣ୍ଡାରି ମାଇପ ସମସ୍ତଙ୍କ ଟାପରା"। + + +