ଭଙ୍ଗେ ଇବା Bhaṅgeibā

  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଭାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative form of Bhāṅgibā
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟଦ୍ୱାରା ଭାଙ୍ଗିବା କର୍ମ କରାଇବା — To cause to be broken or demolished
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ନଷ୍ଟ କରାଇବା — To cause destruction of; to cause to be spoilt
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ବଡ଼ ମୁଦ୍ରା ବା ନୋଟ ବିନିମୟରେ ଛୋଟ ମୁଦ୍ରା ନେବା — To exchange currency of larger value to small coins
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ବିରତ କରାଇବା; ରହିତ କରାଇବା — To cause to stop; to prevent a person from doing a thing
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — (ବିବାଦ ବା ମକଦ୍ଦମାକୁ) ଆପୋସିରେ ମିମାଂସା କରାଇବା — To cause a case or dispute to be amicably decided or settled
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ରଚିତ ହୋଇଥିବା ବେଶ ଆଦିକୁ ଅନ୍ୟଦ୍ୱାରା କଢ଼ାଇବା— (ଯଥା—ବେଶ ଭଙ୍ଗାଇବା) — To cause a person to dismantle the decoration put on a person
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ପେଟ ଟଣା ବନ୍ଦ କରିବା ପାଇଁ ଚିତି ହୋଇ ଶୋଇଥିବା ମନୁଷ୍ୟର ପେଟ ଉପରେ ଗୋଟିଏ କଂସା ବା ବଡ଼ ପାତ୍ର ରଖାଇ ଉପର୍ଯ୍ୟୁପରି ଅନ୍ୟପାତ୍ରରୁ ସେ କଂସା ମଧ୍ୟକୁ ଥଣ୍ଡା ବା ଗରମ ପାଣି ଅନ୍ୟ ଦ୍ୱାରା ଅଜଡ଼ାଇବା (ଯଥା—ପାଣି, ଭଙ୍ଗାଇବା) — To cause a person to repeatedly pour water into a shallow pan put on the belly of a person lying flat with a view to alleviate the latter's belly-ache
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟଦ୍ୱାରା ଭୂମିରେ ମୁରୁଜ ବା ଖଡ଼ି ବା ପିଠଉ ଦ୍ୱାରା ମଣ୍ଡଳ ଓ ଚିତ୍ର ଆଦି ଅଙ୍କିତ କରାଇବା (ଯଥା—ମୁଣ୍ଡଳା ଭଙ୍ଗାଇବା) — To cause another to draw circles and other artistic figures on the ground
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଚୁଗୁଲି ଆଦି ଦ୍ୱାରା କୌଣସି ବ୍ୟକ୍ତିର ମନକୁ ଅନ୍ୟ ବ୍ୟକ୍ତି ଉପରେ ବିରାଗଯୁକ୍ତ ବା ଅପ୍ରସନ୍ନ କରାଇବା (ଯଥା—ମନ ଭଙ୍ଗାଇବା) — To cause a person to be displeased or annoyed with another by backbiting
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଦଉଡ଼ି ଆଦିକୁ ଅନ୍ୟଦ୍ୱାରା ବଳାଇବା (ଯଥା—ଦଉଡ଼ି ଭଙ୍ଗାଇବା) — To cause a rope to be twined or twisted
  • ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟଦ୍ୱାରା ଲୁଗା ଆଦିକୁ କୁଞ୍ଚ ବା ଭାଙ୍ଗ କରାଇବା (ଯଥା—ଲୁଗା ଭଙ୍ଗାଇବା) — To cause a cloth to be artistically folded