ଭଙ୍ଗାଇବା Bhaṅgāibā
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଭାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative form of Bhāṅgibā
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟ ଦ୍ୱାରା ଭାଙ୍ଗିବା କର୍ମ କରାଇବା — To cause to be broken or demolished
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ନଷ୍ଟ କରାଇବା — To cause destruction of; to cause to be spoilt
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ବଡ଼ ମୁଦ୍ରା ବା ନୋଟ ବିନିମୟରେ ଛୋଟ ମୁଦ୍ରା ନେବା — To exchange currency of larger value to small coins
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ବିରତ କରାଇବା; ରହିତ କରାଇବା — To cause to stop; to prevent a person from doing a thing
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — (ବିବାଦ ବା ମକଦ୍ଦମାକୁ) ଆପୋସିରେ ମିମାଂସା କରାଇବା — To cause a case or dispute to be amicably decided or settled
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ରଚିତ ହୋଇଥିବା ବେଶ ଆଦିକୁ ଅନ୍ୟଦ୍ୱାରା କଢାଇବା— (ଯଥା—ବେଶ ଭଙ୍ଗାଇବା) — To cause a person to dismantle the decoration put on a person
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ପେଟ ଟଣା ବନ୍ଦ କରିବା ପାଇଁ ଚିତି ହୋଇ ଶୋଇଥିବା ମନୁଷ୍ୟର ପେଟ ଉପରେ ଗୋଟିଏ କଂସା ବା ବଡ଼ ପାତ୍ର ରଖାଇ ଉପର୍ଯ୍ୟୁପରି ଅନ୍ୟପାତ୍ରରୁ ସେ କଂସା ମଧ୍ୟକୁ ଥଣ୍ଡା ବା ଗରମ ପାଣି ଅନ୍ୟଦ୍ୱାରା ଅଜଡ଼ାଇବା (ଯଥା—ପାଣି, ଭଙ୍ଗାଇବା) — To cause a person to repeatedly pour water into a shallow pan put on the belly of a person lying flat with a view to alleviate the latter's belly-ache
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟଦ୍ୱାରା ଭୂମିରେ ମୁରୁଜ ବା ଖଡ଼ି ବା ପିଠଉ ଦ୍ୱାରା ମଣ୍ଡଳ ଓ ଚିତ୍ର ଆଦି ଅଙ୍କିତ କରାଇବା (ଯଥା—ମୁଣ୍ଡଳା ଭଙ୍ଗାଇବା) — To cause another to draw circles and other artistic figures on the ground
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଚୁଗୁଲି ଆଦି ଦ୍ୱାରା କୌଣସି ବ୍ୟକ୍ତିର ମନକୁ ଅନ୍ୟ ବ୍ୟକ୍ତି ଉପରେ ବିରାଗଯୁକ୍ତ ବା ଅପ୍ରସନ୍ନ କରାଇବା (ଯଥା—ମନ ଭଙ୍ଗାଇବା) — To cause a person to be displeased or annoyed with another by backbiting
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଦଉଡ଼ି ଆଦିକୁ ଅନ୍ୟଦ୍ୱାରା ବଳାଇବା (ଯଥା—ଦଉଡ଼ି ଭଙ୍ଗାଇବା) — 0. To cause a rope to be twined or twisted
- ଦେ. କ୍ରି (ସଂ. ଭନଜ୍ ଧାତୁ ଣିଚ୍) — ଅନ୍ୟ ଦ୍ୱାରା ଲୁଗା ଆଦିକୁ କୁଞ୍ଚ ବା ଭାଙ୍ଗ କରାଇବା (ଯଥା—ଲୁଗା ଭଙ୍ଗାଇବା) — To cause a cloth to be artistically folded