ଭଗ୍ନାଂଶ Bhagnāṁṡa

  • ସଂ. ବି — ମୂଳ ଦ୍ରବ୍ୟର ଖଣ୍ଡିତ ଅଂଶ — A broken part of an original whole thing
  • ସଂ. ବି — (ଗଣିତ) ଏକ ସଂଖ୍ୟାର ଅଂଶଘଟିତ ଅଂଶ — (mathematics) Fraction
  • ସଂ. ବି — [ଦ୍ର—କୌଣସି ବସ୍ତୁକୁ ବା ରାଶିକୁ ଏକାଧିକ ଅଂଶରେ ଖଣ୍ଡିତ କଲେ ତହିଁର ଏକ ବା ତତୋଧିକ ଅଂଶକୁ ଭଗ୍ନାଂଶ ବୋଲାଯାଏ। ସମୁଦାୟ ବା ମୌଳିକ ବସ୍ତୁକୁ ବା ସଂଖ୍ୟାକୁ ଯେତେ ଅଂଶରେ ଭଗ୍ନ ବା ଖଣ୍ଡିତ କରାଯାଏ ସେହି ସଂଖ୍ୟାର ନାମ ହର ଓ ଉକ୍ତ ଅଂଶର ଯେତେ ଗୋଟି ବିଷୟ ବିବେଚିତ ହୁଏ ତହିଁର ନାମ ଲବ। 25 କୁ 5 ଭାଗରେ ବିଭକ୍ତ କଲେ 25 ହେଲା ହର ଓ 5 ହେଲା ଲବ; ଲବକୁ ଉପରେ ଲେଖି ତହିଁ ତଳେ ଗୋଟିଏ ଗାର କାଟି ହର ସଂଖ୍ୟାକୁ ଲେଖାଯାଏ; ପ୍ରଧାନତଃ ଏହି ତିନି ପ୍ରକାରେ ଭଗ୍ନାଂଶ ପାଟୀଗଣିତରେ ଦେଖାଯାଏ— 1 । ସାଧାରଣ ବା ସାମାନ୍ୟ ଭଗ୍ନାଂଶ — [ଦ୍ର—କୌଣସି ବସ୍ତୁକୁ ବା ରାଶିକୁ ଏକାଧିକ ଅଂଶରେ ଖଣ୍ଡିତ କଲେ ତହିଁର ଏକ ବା ତତୋଧିକ ଅଂଶକୁ ଭଗ୍ନାଂଶ ବୋଲାଯାଏ ସମୁଦାୟ ବା ମୌଳିକ ବସ୍ତୁକୁ ବା ସଂଖ୍ୟାକୁ ଯେତେ ଅଂଶରେ ଭଗ୍ନ ବା ଖଣ୍ଡିତ କରାଯାଏ ସେହି ସଂଖ୍ୟାର ନାମ ହର ଓ ଉକ୍ତ ଅଂଶର ଯେତେ ଗୋଟି ବିଷୟ ବିବେଚିତ ହୁଏ ତହିଁର ନାମ ଲବ25କୁ5ଭାଗରେ ବିଭକ୍ତ କଲେ25ହେଲା ହର ଓ5ହେଲା ଲବ; ଲବକୁ ଉପରେ ଲେଖି ତହିଁ ତଳେ ଗୋଟିଏ ଗାର କାଟି ହର ସଂଖ୍ୟାକୁ ଲେଖାଯାଏ; ପ୍ରଧାନତଃ ଏହି ତିନି ପ୍ରକାରେ ଭଗ୍ନାଂଶ ପାଟୀଗଣିତରେ ଦେଖାଯାଏ—1 ସାଧାରଣ ବା ସାମାନ୍ୟ ଭଗ୍ନାଂଶ(simple fraction)ଅର୍ଥାତ୍ ଯେଉଁ ଭଗ୍ନାଂଶରେ2ଟି ମାତ୍ର ଅଙ୍କ ଥାଏ,2 ଜଟିଳ ଭଗ୍ନାଂଶ ବା ଭଗ୍ନାଂଶର ଭଗ୍ନାଂଶ(compound fraction; a fraction of a fraction)ଅର୍ଥାତ୍ ଏକ ଭଗ୍ନାଂଶ ରାଶିକୁ ପୂର୍ଣ୍ଣ ସଂଖ୍ୟା ବିବେଚନା କରି ତହିଁରୁ ବିଭକ୍ତ କରାଯିବା ଭଗ୍ନାଂଶ ଓ3 ଦଶମିକ ଭଗ୍ନାଂଶ (ବା ଦଶମିକ ଘଟିତ ଭଗ୍ନାଂଶ)(Decimal fraction.)