ଭଗବଦ୍ ଗୀତା Bhagabad gītā

  • ସଂ. ବି. (ମ. ପ. ଲୋ; ଭଗବତ୍=ଭଗବାନଙ୍କ ମୁଖୋଚ୍ଚାରିତ+ଗୀତା) — କୁରୁକ୍ଷେତ୍ର ଯୁଦ୍ଧ— କ୍ଷେତ୍ରରେ ଯୁଦ୍ଧାର୍ଥ ଉପସ୍ଥିତ ଅର୍ଜୁନ ଓ ତାଙ୍କ ସାରଥି ଶ୍ରୀକୃଷ୍ଣଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଛଳରେ ଜ୍ଞାନଯୋଗ, ଭକ୍ତିଯୋଗ ଓ କର୍ମଯୋଗ ସମ୍ବନ୍ଧୀୟ ପାରମାତ୍ମିକ ତତ୍ତ୍ୱ— ଉପଦେଶ — Bhagabatgīta (Lit. Lord's Hymns) a spiritual dissertation on the principles of Hindu religion emanating from the mouth of Sreekṛushṇa and addressed to Arjuna
  • ସଂ. ବି. (ମ. ପ. ଲୋ; ଭଗବତ୍=ଭଗବାନଙ୍କ ମୁଖୋଚ୍ଚାରିତ+ଗୀତା) — [ଦ୍ର—ଏହା ମହାଭାରତର ଭୀଷ୍ମପର୍ବର ଅନ୍ତର୍ଗତ; ଏହା ଉପନିଷଦ ବା ବେଦାନ୍ତର ସାରାଂଶ। ଅର୍ଜୁନ ସମରପ୍ରାଙ୍ଗଣରେ ଉପସ୍ଥିତ ହୋଇ ଅପର ପକ୍ଷରେ ଯୁଦ୍ଧାର୍ଥ ସଜ୍ଜିତ ଆପଣାର ଭାଇ ବନ୍ଧୁ କୁଟୁମ୍ବଙ୍କୁ ଦେଖି ରାଜ୍ୟଲାଭାର୍ଥ ଏହିମାନଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଉଛନ୍ତି ଏହା ଭାବି ଯୁଦ୍ଧ କରିବେ ନାହିଁ ବୋଲି ଅସ୍ତ୍ରତ୍ୟାଗ କରି ବିଷର୍ଣ୍ଣ ହେଲେ। ଅର୍ଜୁନଙ୍କର ସାରଥି ଶ୍ରୀକୃଷ୍ଣ ସେହିଠାରେ ଅର୍ଜୁନଙ୍କୁ ଉପଦେଶ ପ୍ରଦାନପୂର୍ବକ ଅର୍ଜୁନଙ୍କ ମୋହ ଦୂର କରି କର୍ତ୍ତବ୍ୟସାଧନାର୍ଥ ନିର୍ଲିପ୍ତ— ଭାବରେ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଥିଲେ। ଏଥିର ଶେଷ ସିଦ୍ଧାନ୍ତ ଏହି କି ମନୁଷ୍ୟ ନିଜର କର୍ତ୍ତବ୍ୟ ସାଧନ ନିମନ୍ତେ ନିର୍ଲିପ୍ତଭାବରେ ସଂସାରରେ କର୍ମକ୍ଷେତ୍ରରେ କର୍ମସାଧନ କରି ନିଜ ଜୀବନକୁ ଚରିତାର୍ଥ କରିବ ଓ ସମସ୍ତ କର୍ମର ଫଳ ଈଶ୍ୱରଙ୍କଠାରେ ଅର୍ପଣ କରିବ। ଏ ଗ୍ରନ୍ଥ 18 ଅଧ୍ୟାୟରେ ବିଭକ୍ତ। ପ୍ରତ୍ୟେକ ଅଧ୍ୟାୟ ଗୋଟିଏ ଲେଖାଁଏ ଯୋଗ ବୋଲି ଅଭିହିତ ହୋଇଅଛି। ହିନ୍ଦୁ ଧର୍ମର ସମସ୍ତ ଜ୍ଞାତବ୍ୟ ବିଷୟ ଏହି 18 ଅଧ୍ୟାୟରେ ସଂକ୍ଷିପ୍ତ ଓ ପ୍ରାଞ୍ଜଳ— ଭାବରେ ସନ୍ନିବେଶିତ ହୋଇଅଛି ଓ ଏହା ବ୍ରହ୍ମବିଦ୍ୟା ବା ଯୋଗଶାସ୍ତ୍ର ଅଟେ। — [ଦ୍ର—ଏହା ମହାଭାରତର ଭୀଷ୍ମପର୍ବର ଅନ୍ତର୍ଗତ; ଏହା ଉପନିଷଦ ବା ବେଦାନ୍ତର ସାରାଂଶ ଅର୍ଜୁନ ସମରପ୍ରାଙ୍ଗଣରେ ଉପସ୍ଥିତ ହୋଇ ଅପର ପକ୍ଷରେ ଯୁଦ୍ଧାର୍ଥ ସଜ୍ଜିତ ଆପଣାର ଭାଇ ବନ୍ଧୁ କୁଟୁମ୍ବଙ୍କୁ ଦେଖି ରାଜ୍ୟଲାଭାର୍ଥ ଏହିମାନଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଉଛନ୍ତି ଏହା ଭାବି ଯୁଦ୍ଧ କରିବେ ନାହିଁ ବୋଲି ଅସ୍ତ୍ରତ୍ୟାଗ କରି ବିଷର୍ଣ୍ଣ ହେଲେ ଅର୍ଜୁନଙ୍କର ସାରଥି ଶ୍ରୀକୃଷ୍ଣ ସେହିଠାରେ ଅର୍ଜୁନଙ୍କୁ ଉପଦେଶ ପ୍ରଦାନପୂର୍ବକ ଅର୍ଜୁନଙ୍କ ମୋହ ଦୂର କରି କର୍ତ୍ତବ୍ୟସାଧନାର୍ଥ ନିର୍ଲିପ୍ତ— ଭାବରେ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଥିଲେ ଏଥିର ଶେଷ ସିଦ୍ଧାନ୍ତ ଏହି କି ମନୁଷ୍ୟ ନିଜର କର୍ତ୍ତବ୍ୟ ସାଧନ ନିମନ୍ତେ ନିର୍ଲିପ୍ତଭାବରେ ସଂସାରରେ କର୍ମକ୍ଷେତ୍ରରେ କର୍ମସାଧନ କରି ନିଜ ଜୀବନକୁ ଚରିତାର୍ଥ କରିବ ଓ ସମସ୍ତ କର୍ମର ଫଳ ଈଶ୍ୱରଙ୍କଠାରେ ଅର୍ପଣ କରିବ ଏ ଗ୍ରନ୍ଥ18ଅଧ୍ୟାୟରେ ବିଭକ୍ତ ପ୍ରତ୍ୟେକ ଅଧ୍ୟାୟ ଗୋଟିଏ ଲେଖାଁଏ ଯୋଗ ବୋଲି ଅଭିହିତ ହୋଇଅଛି ହିନ୍ଦୁ ଧର୍ମର ସମସ୍ତ ଜ୍ଞାତବ୍ୟ ବିଷୟ ଏହି18ଅଧ୍ୟାୟରେ ସଂକ୍ଷିପ୍ତ ଓ ପ୍ରାଞ୍ଜଳ— ଭାବରେ ସନ୍ନିବେଶିତ ହୋଇଅଛି ଓ ଏହା ବ୍ରହ୍ମବିଦ୍ୟା ବା ଯୋଗଶାସ୍ତ୍ର ଅଟେ
  • ସଂ. ବି. (ମ. ପ. ଲୋ; ଭଗବତ୍=ଭଗବାନଙ୍କ ମୁଖୋଚ୍ଚାରିତ+ଗୀତା) — — 1ମ ଅଧ୍ୟାୟ—ଅର୍ଜୁନବିଷାଦ ଯୋଗ,2ୟ ଅଧ୍ୟାୟ— ସାଂଖ୍ୟ ଯୋଗ,3ୟ ଅଧ୍ୟାୟ—କର୍ମଯୋଗ.4ର୍ଥ ଅଧ୍ୟାୟ— କର୍ମବ୍ରହ୍ମାର୍ପଣ ଯୋଗ,5ମ ଅଧ୍ୟାୟ—କର୍ମସନ୍ନ୍ୟାସ ଯୋଗ,6ଷ୍ଠ ଅଧ୍ୟାୟ—ଆତ୍ମସଂଯମ ଯୋଗ,7ମ ଅଧ୍ୟାୟ—ଜ୍ଞାନ— ବିଜ୍ଞାନ ଯୋଗ,8ମ ଅଧ୍ୟାୟ—ଅକ୍ଷର ବ୍ରହ୍ମଯୋଗ,9ମ ଅଧ୍ୟାୟ —ରାଜବିଦ୍ୟା ରାଜଗୁହ୍ୟ ଯୋଗ,10ମ ଅଧ୍ୟାୟ—ବିଭୂତି ଯୋଗ,11ଶ ଅଧ୍ୟାୟ—ବିଶ୍ୱରୂପଦର୍ଶନ ଯୋଗ,12ଶ ଅଧ୍ୟାୟ—ଭକ୍ତି ଯୋଗ,13ଶ ଅଧ୍ୟାୟ—କ୍ଷେତ୍ରକ୍ଷେତ୍ରଜ୍ଞବିଭାଗ ଯୋଗ,14ଶ ଅଧ୍ୟାୟ—ଗୁଣକ୍ରୟବିଭାଗ ଯୋଗ,.15ଶ ଅଧ୍ୟାୟ—ପୁରୁଷୋତ୍ତମ ଯୋଗ,16ଶ ଅଧ୍ୟାୟ—ଦୈବା—ସୁର ସମ୍ପଦ୍ବିଭାଗ ଯୋଗ,17ଶ ଅଧ୍ୟାୟ—ଶ୍ରଦ୍ଧାତ୍ରୟ— ବିଭାଗ ଯୋଗ,18ଶ ଅଧ୍ୟାୟ—ସନ୍ନ୍ୟାସ ଯୋଗ
  • ସଂ. ବି. (ମ. ପ. ଲୋ; ଭଗବତ୍=ଭଗବାନଙ୍କ ମୁଖୋଚ୍ଚାରିତ+ଗୀତା) — ହିନ୍ଦୁ ଧର୍ମ୍ମଗ୍ରନ୍ଥମାନଙ୍କ ମଧ୍ୟରୁ ଆଧୁନିକ ଶିକ୍ଷିତମାନଙ୍କ ମଧ୍ୟରେ ଏ ଗ୍ରନ୍ଥପରି ଅନ୍ୟ କୌଣସି ଗ୍ରନ୍ଥ ଏତେ ଆଦୃତ ନୁହେ। ଏ ଗ୍ରନ୍ଥକୁ ମୁସଲମାନ ଓ ଖ୍ରୀଷ୍ଟାନମାନେ ମଧ୍ୟ ଆଦର କରନ୍ତି ଏବଂ ୟୁରୋପ ଆମେରିକା ଆଦି ଦେଶରେ ମଧ୍ୟ ଏ ଗ୍ରନ୍ଥର ସହସ୍ର ସହସ୍ର ଭକ୍ତ ଅଛନ୍ତି। ଯେଉଁମାନେ ହିନ୍ଦୁ ନୁହନ୍ତି ସେମାନେ ମଧ୍ୟ ଏଥିରେ କେତେଗୁଡ଼ିଏ ସାର ଉପଦେଶକୁ ନିଜର ଜୀବନର ଅଙ୍ଗୀଭୂତ କରିଅଛନ୍ତି।]