ଭଉଁରିଆ Bhauñriā

  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — କ୍ଷେତ୍ରମାନଙ୍କ ମାପର ସ୍ମାରକ ଲିପି। ଯେଉଁ କାଗଜରେ ଜମି ମାପ କରିବା ସମୟରେ ମାପର ବିବରଣ (ଅର୍ଥାତ ଜମିର ନମ୍ବର, ଦିଗ, ଦୀର୍ଘ, ପ୍ରତି ପରିମାଣ, କ୍ଷେତ୍ରଫଳ, ଚଉହଦି ଓ ଜମିର ଅବସ୍ଥା ଆଦି) ଲେଖା ହୋଇଥାଏ — A concise memorandum or note regarding the measurement of land; a land-measurement field-book showing the particulars of each plot of land serially; old fashioned field-book
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — [ଦ୍ର—ଓଡ଼ିଶାରେ 1842 ସାଲରେ ସାବକ ବନ୍ଦୋବସ୍ତ ମାପ ସମୟରେ ଜମିର ବିବରଣମାନ ଯେଉଁ ତାଳପତ୍ରରେ ଲେଖାଯାଉଥିବା ତାହାକୁ ଭଉଁରିଆ କହନ୍ତି। ଏହି ସାବକ ବନ୍ଦୋବସ୍ତ ଭଉଁରିଆ ତାଳପତ୍ରରେ ଲେଖାଥିବାରୁ ତାକୁ ତାଳପତ୍ର ଭଉଁରିଆ ବୋଲାଯାଏ ଓ ଏହାର ବିବରଣମାନ ଏତେଦୂର ଠିକ୍ ଯେ ଗତ 1898 ସାଲର ବନ୍ଦୋବସ୍ତରେ ଚେନ୍ ମାପ ସମୟରେ ଏହି ଭଉଁରିଆ ସାହାଯ୍ୟରେ ବନ୍ଦୋବସ୍ତର ଖସଡ଼ା ପ୍ରସ୍ତୁତ ହୋଇଥାଏ। ଆଧୁନିକ ବନ୍ଦୋବସ୍ତର ଭଉଁରିଆକୁ ଖସଡ଼ା — [ଦ୍ର—ଓଡ଼ିଶାରେ1842ସାଲରେ ସାବକ ବନ୍ଦୋବସ୍ତ ମାପ ସମୟରେ ଜମିର ବିବରଣମାନ ଯେଉଁ ତାଳପତ୍ରରେ ଲେଖାଯାଉଥିବା ତାହାକୁ ଭଉଁରିଆ କହନ୍ତି ଏହି ସାବକ ବନ୍ଦୋବସ୍ତ ଭଉଁରିଆ ତାଳପତ୍ରରେ ଲେଖାଥିବାରୁ ତାକୁ ତାଳପତ୍ର ଭଉଁରିଆ ବୋଲାଯାଏ ଓ ଏହାର ବିବରଣମାନ ଏତେଦୂର ଠିକ୍ ଯେ ଗତ1898ସାଲର ବନ୍ଦୋବସ୍ତରେ ଚେନ୍ ମାପ ସମୟରେ ଏହି ଭଉଁରିଆ ସାହାଯ୍ୟରେ ବନ୍ଦୋବସ୍ତର ଖସଡ଼ା ପ୍ରସ୍ତୁତ ହୋଇଥାଏ ଆଧୁନିକ ବନ୍ଦୋବସ୍ତର ଭଉଁରିଆକୁ ଖସଡ଼ା(khasra)ବୋଲି କୁହାଯାଏ ଓ ଆଧୁନିକ ସର୍ଭେଅରମାନ ଜମି ମାପ କରି ଯେଉଁ ସ୍ମାରକ ଲିପି ତିଆରି କରନ୍ତି ତାକୁ ଫିଲ୍ଡ଼ ବୁକ୍(field book)ବୋଲାଯାଏ ହାଲ ବନ୍ଦୋବସ୍ତରେ ମାପ ହୋଇଥିବା ଜମି ସମ୍ବନ୍ଧେ ସନ୍ଦେହ ଉପସ୍ଥିତ ହେଲେ ଉକ୍ତ ଜମିକୁ ସାବକ ତାଳପତ୍ର ଭଉଁରିଆ ଅନୁସାରେ ସର୍ଜମିନରେ ମଡ଼ାଣ କରି ହାଲ ବନ୍ଦୋବସ୍ତର ମାପ ଠିକ୍ ଅଛି କି ନାହିଁ ଏହା ସ୍ଥିରୀକୃତ ହୁଏ ଗଭର୍ଣ୍ଣମେଣ୍ଟଙ୍କର କିଲଟରୀ ମାହାଫିସଖାନା(Collectorate Record Room)ରେ ଏହି ସାବକ ତାଳପତ୍ର ଭଉଁରିଆମାନେ ଯତ୍ନପୂର୍ବକ ସଂରକ୍ଷିତ ହୋଇଅଛି; ଓ ଆବଶ୍ୟକ ହେଲେ ମକଦ୍ଦମାର ପକ୍ଷମାନଙ୍କୁ ତହିଁରେ ସହିମୋହରି ନକଲ ଦିଆଯାଏ ସାବକ ଭଉଁରିଆରେ ମାପ ଆରମ୍ଭ ପୂର୍ବରୁ ଶିରୋନାମା(Heading)ରେ ସନ, ଜିଲ୍ଲା, ପ୍ରଗନ୍ନା, ମଉଜାର ନାମ, ଜମିଦାରଙ୍କ ନାମ, ଅମୀନଙ୍କ ନାମ, ଯେଉଁ ଚଉକିଆ ପଦିକା ଧରି ମାପ କରିଥିଲା, ତାହାର ନାମ ଓ ପଦିକାର ପରିମାଣ (ଚବିଶ ଦସ୍ତି, ବିଶି ଦସ୍ତି ବା ବାର ଦସ୍ତି), ମଉଜାର କେଉଁ ଦିଗର କେଉଁ ଶଙ୍କୁ(starting point)ରୁ ପଦିକା କେଉଁ ଦିଗକୁ ଚଳିଲା ତାହା ଲେଖାଯାଇ ତତ୍ପରେ ଜମିର ଧାରାବାହିକ ନମ୍ବର ଓ ବିବରଣ ଲେଖା ହେଉଥିଲା ଏହି ହେଡିଙ୍ଗ୍ ର ଗୋଟିଏ ଉଦାହରଣ ଏଠାରେ ଦିଆଗଲା ଯଥା— ସବ ରାଶି କରିବ ଭଉଁରିଆ— ସନ1248ସାଲ ମୁ ଅଙ୍ଗରେଜୀ1842ସାଲ ଜି କଟକ ପ୍ର କୋଦିଣ୍ଡା ତା ରଘୁନାଥପୁର ଚଉକୀ1675ନମ୍ବର ମୌ ବମ୍ବୁରି ଜମିଦାର କୀଣେଇ ଆଚାର୍ୟ୍ଯ ଅମୀନ କାଶୀନାଥ ମାହାନ୍ତି ଦରପଦିକେ24ଦସ୍ତି ପଦିକା ଚଳିଇବାରେ କେଶବମଳିକ ଚଉକିଦାର ପ୍ରଥମେ ପଦିକା ଚଳିଲା ଗ୍ରାମର ପୂର୍ବ ମୁଣ୍ଡ ଗ୍ରାମଠାକୁରାଣୀଙ୍କ ବରଗଛଠାରୁ ଉତ୍ତରକୁ—ଏହି ଶିରୋନାମା ପରେ ଜମିର କ୍ରମିକ ନମ୍ବର— ନ1—ରାଧୁ ସାହୁ ବାଡ଼ି ଉ. ଦ. କା3ପୁ. ପ. କା2 ଜମି ମା0|8 ମାଣ୍ଡିଆ କୋଳଥ, ସୋୟମ ଏଥିରେ ନଡ଼ିଆ—2ଗଛ, ତାଳ 1 ଗଛ, ବାଉଁଶ2ବୁଦା, ଗଜା ଆମ୍ବ4ଗଛ ନ2— ତ.ପ. (ଅର୍ଥାତ୍ ପୂର୍ବ ନମ୍ବରର ପଶ୍ଚିମକୁ ପଦିକା ଚଳିଲା)—ରାମ ପଧାନ ଚାଷଜମି ଉ. ଦ. ପୂର୍ବରେ କା3 ପଶ୍ଚିମରେ କା3ଉ.ଦ.ସା, କା3 ପୂ. ପ. ଉତ୍ତରରେ କା2ଦକ୍ଷିଣରେ କା3 ପୁ. ପ. ସା2ଜମି ମା8
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ସାରଧ, ଅଉଲ —ଏଥିରେ ପଣସ ଗ 1 ଛ। ଦଖଲ ଦମିଦାର। ଉ. ଅଥଙ୍ଗା ଦୋସମାଳି। — ସାରଧ, ଅଉଲ—ଏଥିରେ ପଣସ ଗ1ଛ ଦଖଲ ଦମିଦାର ଉ. ଅଥଙ୍ଗା ଦୋସମାଳି
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ପ୍ରତ୍ୟେକ ନମ୍ବର ତାଳପତ୍ରରେ ଲମ୍ବ ହୋଇ ଗୋଟିଏ ଧାଡ଼ିରେ ଲେଖାଯାଏ।
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ଭଉଁରିଆରେ ବ୍ୟବହୃତ କେତେଗୁଡ଼ିଏ ସାଙ୍କେତିକ ଓ ପାରିଭାଷିକ ଶବ୍ଦର ଅର୍ଥ ଏଠାରେ ଦିଆଗଲା।
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — କା=କାହାଣ= 4 ପଦିକା= 16 ପଣ। — କା=କାହାଣ=4ପଦିକା=16ପଣ
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ଦର ପଦିକେ=ବ୍ୟବହୃତ ପଦିକାର ପରିମାଣ। ତ. ଦ=ପୂର୍ବ ନମ୍ବର ଜମିର ଦକ୍ଷିଣକୁ ତ. ଉ=ପୂର୍ବ ନମ୍ବର ଜମିର ଉତ୍ତରକୁ। ତ. ପ=ପୂର୍ବ ନମ୍ବର ଜମିର ପଶ୍ଚିମକୁ। ତ. ଫୁ= ପୂର୍ବ ନମ୍ବର ଜମିର ପୂର୍ବକୁ। ଉ. ଦ= ଜମିର ଉତ୍ତରରୁ ଦକ୍ଷିଣକୁ ମାପ। ଉ. ଦ. ସା.—ଯେଉଁ ଜମି ସମକୋଣୀ ନୁହେ ତାର ଉତ୍ତର ଦକ୍ଷିଣ ମାପ କରିବାକୁ ପୂର୍ବ ମୁଣ୍ଡରେ ଓ ପଶ୍ଚିମ ମୁଣ୍ଡରେ କିମ୍ବା ଏକାଧିକ ସ୍ଥଳରେ ମାପ କରାଯାଇ ତାହା କଶୋଟ କରି ଯାହା ମାପ ହିସାବରେ ବାହାରେ — (Mean measurement)
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ପୁ. ପ= ଜମିର ପୂର୍ବରୁ ପଶ୍ଚିମକୁ ମାପ।
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ପୁ. ପ. ସା= ଅସମକୋଣୀ ଜମିର ଏକାଧିକ ସ୍ଥାନର ମାପର କଶୋଟ ହିସାବ ବା ସାର।
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ଉ=ଉତ୍ତର । ଦ= ଦକ୍ଷିଣ, ଦଖଲକାର। ପୁ=ପୂର୍ବ। ପ=ପଶ୍ଚିମ। ମୁ=ମୁତାବକ।
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — ମାଣ୍ଡିଆ କୋଳଥ =ଯେଉଁ ଜମିରେ ମାଣ୍ଡିଆ ଓ କୋଳଥ ହୁଏ। ଦୋଫସଲି=ଯେଉଁ ଜମିରେ ବର୍ଷକେ 2 ଥର ଫସଲ କରାଯାଏ। — ମାଣ୍ଡିଆ କୋଳଥ =ଯେଉଁ ଜମିରେ ମାଣ୍ଡିଆ ଓ କୋଳଥ ହୁଏ ଦୋଫସଲି=ଯେଉଁ ଜମିରେ ବର୍ଷକେ2ଥର ଫସଲ କରାଯାଏ
  • ଦେ. ବି (ସଂ. ଭ୍ରମ୍ ଧାତୁ=ଭ୍ରମଣ କରିବାରୁ) — (ଯଥା—ଧାନ ଓ ମୁଗ।)